ଚାଇନା ପ୍ଲାଣ୍ଟରେ ନିଆଁ: ୩୮ ମୃତ

ବେଜିଂ,୨୩।୧୧(ପି.ଟି.): ଚାଇନାର ହେନାନ ପ୍ରଦେଶରେ ଥିବା ଏକ କପଡ଼ା କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୮ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ଲାଗି ଅଗ୍ନିଶମ ବାହିନୀକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଦୁଇଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କପଡ଼ା ଉତ୍ପାଦନକାରୀ କମ୍ପାନୀ କାରଖାନାରେ ଅଗ୍ନିନିର୍ବାପନ ନିୟମାବଳୀ କାର୍ଯ୍ୟକାରୀ କରି ନ ଥିଲେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଓ୍ବେଲ୍ଡିଂ ଚାଲିଥିବାବେଳେ ସ୍ପାର୍କିଂରୁ ତୁଳାରେ ନିଆଁଲାଗି ଚାରିଆଡ଼କୁ ବ୍ୟାପିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କହିଛନ୍ତି। ପୋଲିସ କେତେଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଯୋଗ୍ୟ, ୨୦୧୫ ଅଗଷ୍ଟରେ ଟିଆନଜିନ୍‌ ପୋର୍ଟରେ ଥିବା ଏକ ଓ୍ବେରହାଉସ୍‌ରେ ନିଆଁଲାଗି ୧୭୦ ଜଣଙ୍କର ମୃତ୍ୟୁ ହେବା ସହ ୭୦୦ ଆହତ ହୋଇଥିଲେ। ଉକ୍ତ ଓ୍ବେରହାଉସ୍‌ରେ ୭୦୦ ଟନ୍‌ ସୋଡିୟମ ସିଆନାଇଡ୍‌ ସମେତ ବହୁ ପରିମାଣର ବିଷାକ୍ତ ରାସାୟନିକ ପଦାର୍ଥ ରହିଥିଲା।

Share