Categories: ଜାତୀୟ

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ ମିଳାଇଥିବାରୁ ଏହା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି ସୋମବାର ବେଜିଂ କହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଲାଗି ରହିଥିବା ମତଭେଦକୁ ଏଡ଼ାଇଯାଇ ଅଧ୍ୟକ୍ଷତା କରୁଥିବା ଭାରତ ସମସ୍ତଙ୍କ ସହମତିରେ ଘୋଷଣାନାମା ଗୃହୀତ କରାଇବାରେ ବଡ଼ କୂଟନୈତିକ ବିଜୟ ହାସଲ କରିଛି। ‘ବୈଶ୍ୱିକ ବିଶ୍ୱାସ ହ୍ରାସ’ର ଅବସାନ ଘଟିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ପ୍ରଶ୍ନ ହେବାରୁ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ ଏହାକୁ ଏକ ଭଲ ସଙ୍କେତ ବୋଲି କହିଥିଲେ।

Share