ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ,୯ା୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଚାଇନା ଭାରତକୁ ପ୍ରଶଂସା କରିଛି। ଏକ ଖବରଦାତା ସମ୍ମିଳନୀରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଭାରତକୁ ଅନେକ ଅନେକ
ଧନ୍ୟବାଦ।

ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ଅନେକ କିଛି କରିଛନ୍ତି। ଆମେ ସେହି ପ୍ରୟାସକୁ ପ୍ରଶଂସା କରୁଛୁ। ଏହି କ୍ରମରେ ଚାଇନା ଶ୍ରୀଲଙ୍କା ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶକୁ ସାହାଯ୍ୟ କରୁଥିବା ଭାରତ ଏବଂ ଅନ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ବିବୃତ୍ତି ଉପରେ ଏକ ପ୍ରଶ୍ନର ଉତ୍ତରରେ ଚାଇନା ମୁଖପାତ୍ର କହିଛନ୍ତି, ଚାଇନା ସରକାର ଏଭଳି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ବୃଦ୍ଧି କରିବେ ଏବଂ ଶ୍ରୀଲଙ୍କାକୁ ସହାୟତା ପ୍ରଦାନ କରିବେ।

Share