ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନାର ପ୍ରସ୍ତୁତି ଆରମ୍ଭ…

ବେଜିଂ,୬।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି। ନିକଟରେ ଯେତେବେଳେ ଆମେରିକା ତାଇୱାନ ପାଇଁ ସାମରିକ ପ୍ୟାକେଜ ଘୋଷଣା କରିଛି। ଏନେଇ ବେଜିଂ ଏଥିରେ ରାଗିବା ସହିତ ଚେତାବନୀ ଦେଇଥିଲା ଇତିହାସରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ଏଥି ସହିତ, ପୁଣି ଥରେ ତାଇୱାନ ବିରୁଦ୍ଧରେ ଚାଇନା ଆକ୍ରମଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି।

ବାସ୍ତବରେ, ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର ୯୬ ତମ ବାର୍ଷିକୀ ଅବସରରେ ଚାଇନା ଏକ ଡକ୍ୟୁମେଣ୍ଟାରୀ ‘ଝୁ ମେଙ୍ଗ’ ରିଲିଜ କରିଥିଲା, ଯେଉଁଥିରେ ପିଏଲଏ ସୈନିକମାନେ ଶପଥ ନେଇଥିବାର ଦେଖାଯାଇଥିଲା। ଆବଶ୍ୟକ ହେଲେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିବେ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଏହା ମଧ୍ୟ ଦର୍ଶାଯାଇଥିଲା ଯଦି ତାଇୱାନ ସହିତ ଯୁଦ୍ଧର ପରିସ୍ଥିତି ଉପୁଜେ, ତେବେ ଚାଇନା ସେନା ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଡକ୍ୟୁମେଣ୍ଟାରୀ ‘ଝୁ ମେଙ୍ଗ’ର ଆଠଟି ଏପିସୋଡ ଅଛି, ଯାହାର ପ୍ରଥମ ଭାଗ ନିକଟରେ ଦେଖାଯାଇଥିଲା। ଏଥିରେ ଦର୍ଶାଯାଇଛି ଆବଶ୍ୟକ ସ୍ଥଳେ ଚାଇନା ବାୟୁସେନା ଜବରଦସ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ।
ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ବିବେଚନା କରେ ଏବଂ ତାଇୱାନକୁ ଫେରାଇ ଆଣିବା ପାଇଁ ଯଦି ବଳ ପ୍ରୟୋଗ କରିବାର ଆବଶ୍ୟକତା ଥାଏ, ତେବେ ଏଥିରେ ଦ୍ୱିଧା ହେବ ନାହିଁ ବୋଲି ଜୋର ଦେଉଛି। ଚାଇନାର ଡ୍ରୋନ ଏବଂ ଯୁଦ୍ଧ ବିମାନଗୁଡ଼ିକ ତାଇୱାନରେ ପ୍ରବେଶ କରିଥାନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ଚାଇନା ତାଇୱାନ ନିକଟରେ ମିଳିତ ସାମରିକ ଅଭ୍ୟାସ କରିଥିଲା।

Share