ସେନାର ଶକ୍ତି ବୃଦ୍ଧି କରୁଛି ଚାଇନା

ବେଜିଂ,୧୫ ।୨: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚାଇନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସାମରିକ ଉପକରଣର ଯୁଦ୍ଧ ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ଚାଇନା ସେନା ଯୁଦ୍ଧ ସମ୍ବନ୍ଧୀୟ ପରୀକ୍ଷା ଆରମ୍ଭ କରିଛନ୍ତି । ସୋମବାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୬୮ ବର୍ଷୀୟ ସି ଜିନପିଙ୍ଗ ନିକଟରେ ସାମରିକ ଉପକରଣ ପରୀକ୍ଷା ଏବଂ ମୂଲ୍ୟାଙ୍କନକୁ ନେଇ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ । ଏହି ନିର୍ଦ୍ଦେଶ ପ୍ରଭାବି , ଯୁଦ୍ଧୋନ୍ନମୁଖୀ ପରୀକ୍ଷଣ ଉପରେ ଗୁରୁତ୍ୱ ଦେଇଥାଏ ।
ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ସମ୍ବନ୍ଧିତ ନିୟମାବଳୀରେ ପିଏଲଏ ଦ୍ୱାରା ବ୍ୟବହାର କରାଯାଉଥିବା ସେନା ଉପକରଣପାଇଁ ଉଚ୍ଚ ମାନଦଣ୍ଡ ରଖାଯାଇଛି । ଏପରି ହେଲେ ସେନାର ଯୁଦ୍ଧ ସମ୍ବନ୍ଧିତ କ୍ଷମତାକୁ ମଜଭୁତ କରାଯାଇପାରିବ । ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସ ଚାଇନା ସେନାର ବିଶେଷଜ୍ଞ ଓ ଟେଲିଭିଜନ କମେଣ୍ଟେଟର ସୌଙ୍ଗ ଝୋଙ୍ଗପିଙ୍ଗଙ୍କ ଉଦ୍ଦେଶ୍ୟରେ କହିଛି ଯେ ନୂଆ ନିୟମ ଏମିତି ସମୟରେ ଆସିଛି ଯେତେବେଳେ ଚାଇନା ବିଶ୍ୱ ସୁରକ୍ଷା ସଂରଚନାରେ ବ୍ୟାପକ ପରିବର୍ତ୍ତନର ସମ୍ମୁଖୀନ ହେଉଛି ।

Share