ଚାଇନାର ରାଷ୍ଟ୍ରୀୟ ଦିବସରେ ନିଜର ଶକ୍ତି ପ୍ରଦର୍ଶନ କରିବେ ଶି ଜିନପିଙ୍ଗ

ବେଜିଂ,୧ ।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ବାରମ୍ବାର ଆଖି ଦେଖାଉଥିବା ଓ ପଡୋଶୀଙ୍କୁ ଅଶନିଶ୍ୱାସି କରୁଥିବା ଦେଶ ଚାଇନାର ଆଜି ହେଉଛି ରାଷ୍ଟ୍ରୀୟ ଦିବସ । ଏହି ବିଶେଷ ଦିବସରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସେନା ପରେଡର ସଲାମି ନେବେ ଓ ନିଜର ସମ୍ବୋଧନ ଦେବେ । କାର୍ଯ୍ୟକ୍ରମ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରେ ଆରମ୍ଭ ହେବ ।
ଆସନ୍ତା ୧୬ ଅକ୍ଟୋବରକୁ ହେବାକୁ ଥିବା ପାର୍ଟି କଂଗ୍ରେସ ଅଧିବେଶନ ପୂର୍ବରୁ ଶି ଜିନପିଙ୍ଗଙ୍କ ଏହି ଶକ୍ତି ପଦର୍ଶନ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଗତ ସପ୍ତାହରେ ଜିନପିଙ୍ଗଙ୍କୁ ହାଉସ ଆରେଷ୍ଟ ଓ କ୍ଷମତାଚ୍ୟୁତ କରିବା ଭଳି ଖବର ଭାଇରାଲ ହୋଇଥିଲା ।
ସୂଚନାଯୋଗ୍ୟ, ୧ ଅକ୍ଟୋବର ୧୯୪୯ରେ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ସ୍ଥାପନା ହୋଇଥିଲା । କମ୍ୟୁନିଷ୍ଟ ପାର୍ଟିର ତତ୍‌କାଳନୀନ ନେତା ମାଓତ୍ସୁ ତୁଙ୍ଗ(ମାଓ) ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ଦଖଲ ଶେଷ ହେବା ପରେ ନ୍ୟାଶନାଲିଷ୍ଟ ପାର୍ଟି କିମ୍ବା କୁଓମିଣ୍ଟାଙ୍ଗ ସହିତ ୪ ବର୍ଷର ଗୃହଯୁଦ୍ଧ ପରେ ଅକ୍ଟୋବର ୧, ୧୯୪୯ରେ ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା ପ୍ରତିଷ୍ଠା କରିଥିଲେ । ଚାଇନାର ଇତିହାସ ସମ୍ପୂର୍ଣ୍ଣ ରୂପେ ବଦଳିଗଲା ଏବଂ ଏହା ଅନେକ ଉପାୟରେ ଚାଇନାର ସ୍ଥାନ ନେଇଗଲା ।

Share