ଭାରତରେ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ଚାଇନା ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା

ବେଜିଂ,୩୦।୬: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ (ସାଂଘାଇ ସହଯୋଗ ସଂଗଠନ) ବୈଠକରେ ଯୋଗଦେବେ। ସି ଜିନପିଙ୍ଗ ଏହି ବୈଠକରେ ଭର୍ଚୁଆଲି ଯୋଗଦେବେ । ଚାଇନାଅଫିସିୟାଲି ଚାଇନା ଏହା ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସି ଜିନପିଙ୍ଗ ୨୩ତମ ଏସସିଓ କାଉନସିଲ ଅଫ ହେଡସ ଅଫ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ।

ସୂଚନାଯୋଗ୍ୟ, ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ହେତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଛି। ଏହି କାରଣରୁ ଚାଇନା ରାଷ୍ଟ୍ରପତି ଏସସିଓ ବୈଠକରେ ଯୋଗଦେବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଚାଇନା ସରକାର ଏହି ବୈଠକରେ ସି ଜିନପିଙ୍ଗଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରି ଏକ ସରକାରୀ ବିବୃତ୍ତି ଜାରି କରିଛନ୍ତି। ଜୁଲାଇ ୪ରେ ଭାରତରେ ଏସସିଓ ବୈଠକ ଅନୁଷ୍ଠିତ ହେବ।

Share