ତାଇଓ୍ବାନ୍‌କୁ ମିଶ୍ରଣ ପ୍ରସ୍ତାବ ଦେଲା ଚାଇନା

ବେଜିଂ/ତାଇପେଇ,୬ା୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ ରବିବାର ତାଇଓ୍ବାନ୍‌କୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଛନ୍ତି। ଏଥିସହ ତାଇଓ୍ବାନ୍‌ର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉପରେ ମତ ରଖିଛନ୍ତି। ଅନ୍ୟପକ୍ଷେ ଗଣତନ୍ତ୍ର ଓ ସ୍ବାଧୀନତା ପ୍ରତି ତାଇଓ୍ବାନ୍‌ବାସୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବେଜିଂ ସମ୍ମାନ ଦେବା ଉଚିତ ବୋଲି ତାଇପେଇ ଜବାବ ଦେଇଛି।
ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ଚାଇନା ୩ ବର୍ଷ ହେଲା ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ର ନିକଟରେ ନିଜ ସାମରିକ କାର୍ଯ୍ୟକଳାପ ବଢ଼ାଇଚାଲିଛି। ତାଇଓ୍ବାନ୍‌ ସପକ୍ଷରେ ଆମେରିକାର ହସ୍ତକ୍ଷେପକୁ ନେଇ ବେଜିଂ କ୍ଷୁବ୍ଧ ହୋଇଛି। ଗତ ଅଗଷ୍ଟରେ ତାଇଓ୍ବାନ୍‌ ବିରୋଧରେ ଚାଇନା ‘ଓ୍ବାର୍‌ ଗେମ୍‌’ ଆରମ୍ଭ କରିଥିବାବେଳେ ଆମେରିକାର ତତ୍କାଳୀନ ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ପାଲଟିଥିଲା। ଚାଇନା ପାର୍ଲାମେଣ୍ଟର ବାର୍ଷିକ ବୈଠକ ଆରମ୍ଭରେ ବିଦାୟୀ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ କହିଛନ୍ତି, ବେଜିଂ ନିଜର ‘ଓ୍ବାନ୍‌ ଚାଇନା’ ସିଦ୍ଧାନ୍ତକୁ ବଜାୟ ରଖିଛି। ଓ୍ବାନ୍‌ ଚାଇନା ପ୍ରିନ୍ସିପୁଲ୍‌ ଅନୁସାରେ ତାଇଓ୍ବାନ୍‌ ହେଉଛି ଚାଇନାର ଏକ ଅଂଶ। ପ୍ରଣାଳୀପାର ସମ୍ପର୍କରେ ଶାନ୍ତିପୂର୍ଣ୍ଣ ବିକାଶ ଏବଂ ଚାଇନାର ଶାନ୍ତିପୂର୍ଣ୍ଣ ଏକତ୍ରୀକରଣ ପ୍ରକ୍ରିୟାକୁ ଆମେ ପ୍ରୋତ୍ସାହନ ଦେବା ଉଚିତ ବୋଲି ଗ୍ରେଟ୍‌ ହଲ୍‌ ଅଫ୍‌ ଦି ପିପୁଲରେ ପ୍ରାୟ ୩,୦୦୦ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଲି କହିଛନ୍ତି।
ଅଧିକାଂଶ ଲୋକ ଏକଚ୍ଛତ୍ରବାଦ ଶାସନ ଚାଲିଥିବା ଚାଇନାରେ ମିଶ୍ରଣ ଚାହୁଁ ନାହାନ୍ତି। କାରଣ ଚାଇନା ବଳପୂର୍ବକ ତାଇଓ୍ବାନ୍‌କୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରିଆସିଛି। ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଚାଇନାକୁ ବାରମ୍ବାର ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ବେଜିଂ ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ କହି ଅଗ୍ରାହ୍ୟ କରିଚାଲିଛି। ତେଣୁ ଏହି ଦ୍ୱୀପରାଷ୍ଟ୍ରର ୨୩ ନିୟୁତ ଲୋକ ହିଁ ନିଜ ଭବିଷ୍ୟତ ନିଷ୍ପତ୍ତି ନେଇପାରିବେ ବୋଲି ତାଇଓ୍ବାନ୍‌ ସରକାର କହିଛନ୍ତି। ୨୦୨୪ ଆରମ୍ଭରେ ତାଇଓ୍ବାନ୍‌ରେ ହେବାକୁ ଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ବେଳେ ଚାଇନା ବିଭ୍ରାଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ...

ଏହା ମୋ ଘର ନୁହେଁ, ଆପଣଙ୍କ ଘର… ବାଇଡେନଙ୍କ ଏମିତି କଥା ଶୁଣି ଖୁସି ହେଲେ ପ୍ରବାସୀ ଭାରତୀୟ

ଓ୍ବାଶିଂଟନ,୨୯।୧୦: ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଜୋ ବାଇଡେନଙ୍କ ପାର୍ଟି ଡେମୋକ୍ରାଟ୍ସ ଆଗାମୀ ଦୀପାବଳି...

ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ

ମସ୍କୋ,୨୯।୧୦: ରୁଷିଆର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ରୁଷିଆ ଏକ ସଫଳତା ବୋଲି ବର୍ଣ୍ଣନା କରିଛି। ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀର ଫଳାଫଳ ସମ୍ପର୍କରେ ଦିଲ୍ଲୀରେ...

ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ

ଟୋକିଓ,୨୯ା୧୦: ଜାପାନ ପାର୍ଲାମେଣ୍ଟର ୪୬୫ ସଦସ୍ୟବିଶିଷ୍ଟ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହରାଇଛି। ରବିବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଇଶିବାଙ୍କ ଲିବେରାଲ...

ରେକର୍ଡ ସ୍ତରରେ ସବୁଜ ଗୃହ ବାଷ୍ପ ନିର୍ଗମନ

ଜେନେଭା, ୨୯।୧୦: ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ସ୍ତର ୨୦୨୩ରେ ଏକ ନୂତନ ରେକର୍ଡ ଛୁଇଁଛି। କେବଳ ଗତ ୨ ଦଶନ୍ଧି ମଧ୍ୟରେ ୧୦%ରୁ ଅଧିକ ଗ୍ରୀନ୍‌ ହାଉସ୍‌...

୧୦୦ ହମାସ୍‌ ଆତଙ୍କବାଦୀ ଗିରଫ

ଜେରୁଜେଲମ୍‌,୨୯ା୧୦: ଇସ୍ରାଏଲୀ ସୈନ୍ୟ ଉତ୍ତର ଗାଜାର କମଲ ଅଡଓ୍ବାନ ହସ୍ପିଟାଲରେ ଚଢ଼ାଉ କରି ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ହମାସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଏହାର ସେନା...

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri