ତାଇଓ୍ବାନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଗିଲା ଚାଇନା

ତାଇପେ,୭।୪: ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ଆମେରିକା ଗସ୍ତକୁ ନେଇ ବିଳିବିଳାଉଛି ଚାଇନା। ତାଇଓ୍ବାନ ରାଷ୍ଟ୍ରପତି ଆମେରିକା ରିପପ୍ଲିକାନ ହାଉସର ଅଧ୍ୟକ୍ଷ କଓ୍ବେିନ ମ୍ୟାକକାର୍ଥିଙ୍କ ସହ ସାକ୍ଷାତ କରିବାରୁ ଚାଇନା ଆହୁରି ରାଗି ଯାଇଛି। ରାଗ ସୁଝାଇବାକୁ ଯାଇ ଚାଇନା ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ରିପୋର୍ଟ ଅନୁଯାୟୀ, ଚାଇନା ରୋନାଲ୍ଡ ରିଗାନ ପ୍ରେସିଡେନସିଆଲ ଲାଇବ୍ରେରୀ ଓ ଅନ୍ୟ ଆମେରିକି ଓ ଏସିଆ ଆଧାରିତ ସଙ୍ଗଠନ ବିରୋଧରେ ପ୍ରତିବନ୍ଧକ ଲଗାଇ ଦେଇଛି। ରିଗନ ଲାଇବ୍ରେରୀ ଦୁର୍ଲଭ ଉଚ୍ଚ-ସ୍ତରିୟ ଦ୍ୱିଦଳୀୟ ବୈଠକ ସ୍ଥଳ ଅଟେ, ଯେଉଁଠି ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ସହ ଆଲୋଚନା ପାଇଁ ଏହି ସପ୍ତାହରେ ରିପବ୍ଲିକାନ ହାଉସର ବାଚସ୍ପତି କେଭିନ ମ୍ୟାକକାରିଙ୍କ ଦ୍ୱାରା ଏକ ବିରଳ ଉଚ୍ଚ ସ୍ତରିୟ ବୈଠକର ସ୍ଥାନ ଭାବେ ଠିକ୍‌ କରାଯାଇଥିଲା। ଏହି ବୈଠକ ଏମିତି ସମୟରେ ହୋଇଥିଲା ଯେତେବେଳେ ଆମରିକା-ଚାଇନା ସମ୍ପର୍କ କ୍ରମାଗତ ଭାବେ ଖରାପ ହେଉଛି। ଏହି ସମୟରେ ତାଇଓ୍ବାନ ଓ ଚାଇନା ମଧ୍ୟରେ ତିକ୍ତତା ମଧ୍ୟ ବୃଦ୍ଧି ହୋଇଛି।

Share