Categories: ଜାତୀୟ

ରାତି ଅନ୍ଧାରରେ ତୋପ ବର୍ଷା କଲା ଚାଇନା…

ଲଦାଖ,୨୦।୯: ଭାରତ ଚାଇନା ସୀମାରେ ପୁଣି ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ଚାଇନା ନିଜର ସୈନ୍ୟ ବାହିନୀଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ତାଲିମ ଦେବା ପାଇଁ ରାତି ଅନ୍ଧାରରେ ତୋପ ବର୍ଷା କରିଛି। ଏନେଇ ଏଲ୍‌ଏସିରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଚାଇନା ସୈନ୍ୟଙ୍କ୍‌ ଯୁଦ୍ଧାଭ୍ୟାସ ରାତି ଅନ୍ଧାରରେ କାହିଁକି କରାଗଲା ସେ ନେଇ ଏବେ ପ୍ରଶ୍ନ ଉଠିଛି।

ଚାଇନା ଏହାର ସୈନ୍ୟଙ୍କୁ କଷ୍ଟକର ଯୁଦ୍ଧାଭ୍ୟାସ କରାଉଥିବା ନେଇ ନାନା ଆଶଙ୍କା ମଧ୍ୟ ଉଙ୍କି ମାରିବାରେ ଲାଗିଛି। ଏହି ଯୁଦ୍ଧାଭ୍ୟାସ ଶିଞ୍ଜିୟାଙ୍ଗ ସୈନ୍ୟ ଶିବିରରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫୦୦୦ ମିଟର ଉଚ୍ଚରେ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚାଇନାର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି ଯେ ତିବ୍ବତ ମିଲିଟାରୀ କମାଣ୍ଡ ପକ୍ଷରୁ ଏଭଳି ରାତ୍ରକାଳୀନ କଠିନ ଯୁଦ୍ଧାଭ୍ୟାସ କରାଯାଇଛି। ଏଥିରେ ୧୦ ବିଗ୍ରେଡ୍‌ ରେଜିମେଣ୍ଟ୍‌ ସହିତ ହେଲିକପ୍ଟର ଏବଂ ଲାଇଟ୍‌ ୧୫ ଟ୍ୟାଙ୍କର ବ୍ୟବହାର କରାଯାଇଥିଲା। ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Share