ଜାପାନ-ଅଷ୍ଟ୍ରେଲିଆ ବନ୍ଧୁତା ବୃଦ୍ଧି ନେଇ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ଥିତି ମନେ ପକାଇଲା ଚାଇନା…

ବେଜିଂ,୧୦।୧ : ଅଷ୍ଟ୍ରେଲିଆର କ୍ଷମତାସୀନ ବାମପନ୍ଥୀ ସରକାର ଚାଇନା ସହିତ ମିତ୍ରତା ହାତ ବଢ଼ାଇବାର ପ୍ରୟାସ କରୁଛନ୍ତି। ତେବେ ଏହାକୁ ନେଇ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କୌଣସି ମତାମତ ଦେବାକୁ ପଛଘୁଞ୍ଚା ଦେବାରେ ଲାଗିଛନ୍ତି। ଜାପାନ ସହିତ ଅଷ୍ଟ୍ରେଲିଆ ସରକାର କରିଥିବା ଦ୍ୱିପାକ୍ଷିକ ଚୁକ୍ତି ନେଇ ଚାଇନା ଚେତାବନୀ ଦେଇଛି। ଚୁକ୍ତି ଦ୍ୱାରା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାକୁ ସୀମିତ କରାଯାଉଥିବାର ଅଭିଯୋଗ ଜିନପିଙ୍ଗ ସରକାର କରିଛନ୍ତି। ଏନେଇ ଚାଇନା ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ଥିତି ମନେ ପକାଇ ଦେଇଛି।

ବନ୍ଧୁତା ପୂର୍ବରୁ ଅଷ୍ଟ୍ରେଲିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ କରିଥିବା ଯୁଦ୍ଧ ଅପରାଧ ସମ୍ପର୍କରେ ମନେ ପକାଇବାକୁ ମଙ୍ଗଳବାର କହିଛି। ସେହି ସମୟରେ ଜାପାନ ଅଷ୍ଟ୍ରେଲିଆ ଉପରେ ଆକ୍ରମଣ କରି ବୋମା ମାଡ଼ କରି ନିରୀହ ନାଗରିକଙ୍କୁ ହତ୍ୟା କରିଥିଲା। ସେହିପରି ଯୁଦ୍ଧ ବନ୍ଦୀଙ୍କୁ ମଧ୍ୟ ଗୁଳି କରିଥିଲା।

ଚାଇନା କହିଛି ଆମେ ସବୁବେଳେ ଅଷ୍ଠ୍ରେଲିଆର ମିତ୍ର ରାଷ୍ଟ୍ର ରହି ଆସିଛି। ତେଣୁ କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଅତୀତ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଚାଇନା କହିଛି।

Share