କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…

ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା ସରକାରଙ୍କ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ କମ୍ପାନୀର ଟିକା ଆମଦାନୀ କରିବାକୁ ଚିନ୍ତା କରୁଥିବା ଅସ୍ପଷ୍ଟ ଘୋଷଣା ସହିତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ଶୂନ-କୋଭିଡ ନୀତି ଶେଷକରିବା ପରେ ପାଶ୍ଚାତ୍ୟ ଦେଶମାନେ ଚାଇନାରେ କରୋନା ସଂକ୍ରମଣର ଏକ ଶକ୍ତିଶାଳୀ ଲହର ମଧ୍ୟରେ ଏମଆରଏନଏ ଟିକା ବ୍ୟବହାର କରିବାକୁ ଚାଇନାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଚାଇନା ସରକାର ଏହାକୁ ଗ୍ରହଣ କରି ନାହାନ୍ତି।

ଚାଇନାରେ ବର୍ତ୍ତମାନର ଲହର କରୋନା ର ଓମିକ୍ରନ ଭାରିଆଣ୍ଟର ଏକ ସବ-ଭାରିଆଣ୍ଟ ଦ୍ୱାରା ବ୍ୟାପିଛି। ଚାଇନାର ଅଧିକାରୀମାନେ କହିଛନ୍ତି ଯେ ଏହି ସବ-ଭାରିଆଣ୍ଟସାଂଘାତିକ ନୁହେଁ। ବରଂ ସଂକ୍ରମଣରୁ ମୃତ୍ୟୁ ହାର କମ ଥିବାବେଳେ ଏହା ସାଧାରଣ ଫ୍ଲୁ ସହିତ ସମାନ। ଅଧିକାରୀମାନେ ଦାବି କରିଛନ୍ତି ଯେ ଚାଇନା ଏହାର ମୂଲ୍ୟାଙ୍କନ ଆଧାରରେ ଶୂନ କୋଭିଡ ନୀତି ବଦଳାଇ ଦେଇଛି। ଏହି ଲହରକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅଧକାରୀମାନେ କହିଛନ୍ତି।

ଚାଇନା ସନ୍ଦେହ କରୁଛି ଯେ ଟିକା ଅଫର ପଛରେ ଆମେରିକାର ନିଜସ୍ବ ସ୍ବାର୍ଥ ଏଜେଣ୍ଡା ଅଛି। ଏହା ମାଧ୍ୟମରେ ଆମେରିକା ଏହାର ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଚାଇନା ଏବଂ ଅନ୍ୟ ଦେଶର ବଜାର ଯୋଗାଇବାକୁ ଚେଷ୍ଟା କରୁଛି।

 

Share