Advertisement

ଜାପାନରେ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲା ନାଟୋ

ବେଜିଂ,୧୪।୭:ନାଟୋ ଜାପାନରେ ନିଜ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ଚାଇନାକୁ ଆଶ୍ୱସ୍ତି ମିଳିଛି। ଲିଥୁଆନିଆର ରାଜଧାନୀ ବିଲୁନସରେ ଆରମ୍ଭ ହୋଇଥିବା ନାଟୋ ଶିଖର ସମ୍ମିଳନୀରେ ପାରିତ ହୋଇଥିବା ଘୋଷଣା ପତ୍ରରେ ଟୋକିଓରେ କାର୍ଯ୍ୟାଳୟ ଖୋଲିବା ନେଇ ଉଲ୍ଲେଖ କରାଯାଇ ନାହିଁ।
ସୂଚନା ମୁତାବକ, ଜାପାନରେ ନିଜର କାର୍ଯ୍ୟାଳୟ ଖୋଲିବା ପ୍ରସଙ୍ଗ ଏଥର ନାଟୋ ଶିଖର ସମ୍ମିଳନୀରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ଜାପାନରେ କାର୍ଯ୍ୟାଳୟ ଖୋଲିବା ପରେ ନାଟୋ ଆନୁଷ୍ଠାନିକ ଭାବରେ ଏସିଆରେ ନିଜର ପ୍ରଭାବ ବିସ୍ତାର କରିଥାନ୍ତା। ତେବେ ଏହି ପ୍ରସ୍ତାବକୁ ଚୀନ ଦୃଢ ବିରୋଧ କରିଥିଲା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share