ପିଏଲଏ ଆଣବିକ ଜେନେରାଲଙ୍କୁ ହଟାଇଲା ଚାଇନା…

ବେଜିଂ,୩।୮ : ଚାଇନା ଏହାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ )ରେ ଏକ ବଡ ପରିବର୍ତ୍ତନ କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପିଏଲଏର ଆର୍ସେନାଲର ତଦାରଖ କରୁଥିବା ରକେଟ ଫୋର୍ସର ଜେନେରାଲମାନଙ୍କୁ ଚାଇନା ହଟାଇ ଦେଇଛି।

ରାଷ୍ଟ୍ରପତି ଶି ଜିନପିଙ୍ଗ ୱାଙ୍ଗ ହୁବିନଙ୍କୁ ରକେଟ ଫୋର୍ସର କମାଣ୍ଡର ଏବଂ ଜୁ ଜିସେଙ୍ଗଙ୍କୁ ଏହାର ରାଜନୈତିକ କମିଶନର ଭାବରେ ନାମିତ କରିଛନ୍ତି। ଏହି ପଦକ୍ଷେପ ରକେଟ ଫୋର୍ସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି।

ଏଥି ସହିତ ଚାଇନା ପୂର୍ବ ମୁଖ୍ୟ ଲି ୟୁଚାଓ ଏବଂ ପୂର୍ବତନ କମିଶନର ଜୁ ଜୋଙ୍ଗବୋଙ୍କ ବିଷୟରେ କୌଣସି ସୂଚନା ଦେଇ ନାହିଁ। ହଠାତ୍ ପରିବର୍ତ୍ତନ ଚାଇନା ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। କାରଣ ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିମାନେ ଉଭୟ ସାମରିକ ୱିଙ୍ଗର ସଦସ୍ୟ ନ ଥିଲେ।

ବିଶେଷଜ୍ଞମାନେ କହିଛନ୍ତି ରକେଟ ଫୋର୍ସରେ ଦୁଇଜଣ ଶୀର୍ଷ ବ୍ୟକ୍ତିଙ୍କ ଏକକାଳୀନ ବଦଳାଇବା ଆଶ୍ଚର୍ଯ୍ୟଜନକ ଅଟେ। ଏହାର ଏକ ସପ୍ତାହ ପୂର୍ବରୁ ଚାଇନା ହଠାତ ଏହାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ଏହି ପଦବୀରୁ ହଟାଇ ଦେଇଥିଲା।

Share