ଚାଇନାରେ କମୁଛି କରୋନାର ପ୍ରଭାବ: ୨୮ ନୂଆ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ବେଜିଂ,୧୩ ।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ପର୍ଯ୍ୟନ୍ତ ସେଠାରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିଁ । ଶନିବାର ଚାଇନାରେ ୨୮ ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ରବିବାର ଏହି ସୂଚନା ନ୍ୟାଶନାଲ ହେଲ୍‌ଥ କମିଶନଙ୍କ ପକ୍ଷରୁ ମିଳିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୩ ଗୁଆନସ୍କିର ହୋଇଥିବା ବେଳେ ୧୧ ଜଣ ଲିଆଓନିଂ, ୨ ୟୁନାନ ଓ ଜଣେ ଲେଖାଏଁ ତିଆନଜିନ ଓ ଗୁଆଙ୍ଗଡଙ୍ଗ, ସିହ୍ନୁଆର ବୋଲି ଜଣାପଡିଛି । ସେହିପରି ଶନିବାର ବିଦେଶରୁ ଫେରିଥିବା ୩୯ ନୂଆ କରୋନା ସଂକ୍ରମିତଙ୍କୁ ବି ଚିହ୍ନଟ କରାଯାଇଛି । ହେଲେ ଏମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇ ନ ଥିବା ସୂଚନା ରହିଛି ।

Share