ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରାଣ୍ଟାଇନ କରିଦିଆଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି। କରୋନାର ନୂତନ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ପ୍ରକାଶ ପାଇଲା, ଏହା ପରେ ଏହି ଷ୍ଟ୍ରେନ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପଛି। କରୋନାର ନୂତନ ଷ୍ଟ୍ରେନ ମିଳିବା ପରେ ବୈଜ୍ଞାନିକ ଏବଂ ବିଶ୍ୱ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ ମଧ୍ୟରେ ଚାଇନା ମଧ୍ୟ ଟିକା ବିଷୟରେ ଏକ ଭଲ ଖବର ଦେଇଛି। ଚାଇନା ରାଷ୍ଟ୍ରାୟତ୍ତ କମ୍ପାନୀ ସିନୋଫାର୍ମ ଦ୍ୱାରା ବିକଶିତ କରୋନା ଟିକାକୁ ସର୍ତ୍ତମୂଳକ ଅନୁମୋଦନ ଦେଇଛି। ଚାଇନାରେ ଏହା ହେଉଛି ପ୍ରଥମ ଟିକା, ଯାହା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି।

Share