ପ୍ରଥମ ଥର ଘୁଷୁରୀ ଭ୍ରୁଣରେ ବିକଶିତ ହେବ ମାନବ କିଡନୀ, ଚାଇନା ବୈଜ୍ଞାନିକଙ୍କ ବଡ ସଫଳତା

ବେଜିଂ,୯।୯: ମେଡିକାଲ ବିଜ୍ଞାନରେ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଠିକ ସମୟରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଙ୍ଗର ଉପଲବ୍ଧ ନ ହେବା ହେତୁ ଅନେକ ଲୋକ ପ୍ରାଣ ହରାନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଘୁଷୁରୀ ଭ୍ରୁଣରେ ମାନବ କୋଷ ସହିତ ମାନବ କିଡନୀକୁ ସଫଳତାର ସହ ବିକଶିତ କରିବାରେ ଚାଇନାର ବୈଜ୍ଞାନିକମାନେ ବଡ ସଫଳତା ହାସଲ କରିଛନ୍ତି।

ଅନୁସନ୍ଧାନ ସମୟରେ ବୈଜ୍ଞାନିକମାନେ ଘୁଷୁରିରେ ମାନବ କିଡନୀ ବିକାଶର ସଂରଚନା ଏବଂ ସାଧାରଣ ଗଠନର ମୌଳିକ ପରିବର୍ତ୍ତନ ପାଇଥିଲେ। ଚାଇନାର ଗୁଆଙ୍ଗଜୋ ଇନଷ୍ଟଚ୍ୟୁଟ ଅଫ ବାୟୋମେଡିସିନ ଏବଂ ହେଲଥ୍‌ର ଅନୁସନ୍ଧାନକାରୀମାନେ କହିଛନ୍ତ, ଘୁଷୁରୀ ଭ୍ରୁଣ ସହିତ ମାନବ ଷ୍ଟେମ କୋଷକୁ ଏକୀକରଣ କରିବା ଏକ ଚ୍ୟାଲେଞ୍ଜ ଅଟେ କାରଣ ସେମାନଙ୍କର କୋଷ ମାନବ କୋଷ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ।

ସେମାନେ କହିଛନ୍ତି ଯେ ଉଭୟଙ୍କ କୋଷଗୁଡ଼ିକର ଭିନ୍ନ ଆବଶ୍ୟକତା ରହିଛି। ତେଣୁ ପ୍ରଥମେ ଘୁଷୁରି ଭ୍ରୁଣର ଭିତର ଅଂଶକୁ ଜେନେଟିକ ରୂପାନ୍ତର କରାଯାଇଛି। ଏହାପରେ ମାନବ କିଡନୀ ବିକଶିତ କରିବାର ପ୍ରକ୍ରିୟା କରିଥିଲୁ।

Share