ଆମେରିକା ପରେ ୟୁକେ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ: ଆପତ୍ତି ଉଠାଇଲା ଚାଇନା

ବେଜିଂ,୭।୧୧: ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ବ୍ରିଟେନ ୱାନ ଚାଇନା ନୀତିର ଉଲ୍ଲଂଘନ କରୁଛି ବୋଲି ଚାଇନା କହିଛି। ବ୍ରିଟେନ ୱାନ ଚାଇନା ନୀତି ଉପରେ ନିଜର ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଏଥିରୁ ପଛଘୁଞ୍ଚା ଦେଉଛି। ତାଇପେ ସହିତ ସରକାରୀ ସମ୍ପର୍କ ନ ରଖିବାକୁ ବେଜିଂର ଚେତାବନୀକୁ ବ୍ରିଟେନ ଅବହେଳା କରୁଛି ବୋଲି ଚାଇନା କହିଛି। ସୂଚନାଯୋଗ୍ୟ, ବ୍ରିଟେନ ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସ ଦୁଇ ଦିନିଆ ଗସ୍ତରେ ସୋମବାର ତାଇପେରେ ପହଞ୍ଚିଛନ୍ତି। ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ ସୋମବାର ବେଜିଂରେ କହିଛନ୍ତି, ବିଶ୍ୱରେ କେବଳ ଗୋଟିଏ ଚାଇନା ଅଛି ଏବଂ ତାଇୱାନ ଚାଇନା ଅଞ୍ଚଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ କୌଣସି ଦେଶ ସହିତ ତାଇୱାନର କୂଟନୈତିକ ସମ୍ପର୍କ କିମ୍ବା ସରକାରୀ ଆଲୋଚନାକୁ ଚାଇନା ପ୍ରତ୍ୟାଖ୍ୟାନ କରେ। ଚାଇନାର ସିଦ୍ଧାନ୍ତ ଅନୁଯାୟୀ ବ୍ରିଟେନ ଓ ଚାଇନାର ସମ୍ପର୍କ ରାଜନୈତିକ ଆଧାର ରହିଛି। ଏତଦ୍‌ ବ୍ୟତୀତ ଝାଅ କହିଛନ୍ତି, ବ୍ରିଟେନ ଚାଇନାର ଆଭିମୁଖ୍ୟକୁ ସମ୍ମାନ ଦେବା ସହ ତାଇୱାନ ସହ ସରକାରୀ ଆଲୋଚନା ବନ୍ଦ କରିଦେବା ଉଚିତ।

Share