ନାଗରିକଙ୍କୁ ନେଇ ସାମ୍ନାସାମ୍ନି ହେଲେ ଚାଇନା-ରୁଷିଆ

ବେଜିଂ,୫।୮: ନାଗରିକଙ୍କୁ ନେଇ ଚାଇନା ଏବଂ ରୁଷିଆ ମଧ୍ୟରେ କଳହ ଲାଗି ରହିଛି। ରୁଷିଆର ସୀମାରେ ଚାଇନା ନାଗରିକଙ୍କୁ ପ୍ରବେଶ ନ କରିବାକୁ ଦିଆଯିବା ନେଇ ଚାଇନା କ୍ରୋଧିତ ହୋଇଛି। ଚାଇନାର ଦୂତାବାସ ନାଗରିକଙ୍କ ସହ କରାଯାଇଥିବା ବ୍ୟବହାର ଉପରେ ସମାଲୋଚନା କରିଛି, ଯେଉଁମାନଙ୍କୁ ରୁଷିଆରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଚାଇନା ଏହି ଘଟଣାକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ବିପଦ ବୋଲି କହିଛି।

ଚାଇନା ଦୂତାବାସ ଶୁକ୍ରବାର ଏହାର ୱେଚ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିବୃତ୍ତି ଦେଇ କହିଛି ଯେ, କାଜାଖସ୍ତାନରୁ ରୁଷିଆରେ ପ୍ରବେଶ କରୁଥିବା ୫ ଜଣ ନାଗରିକଙ୍କୁ ପ୍ରବେଶ ମନା କରାଯାଇଛି ଏବଂ ଚାରି ଘଣ୍ଟା ଯାଞ୍ଚ ପରେ ସେମାନଙ୍କ ଭିସା ବାତିଲ କରାଯାଇଛି।

ଦୂତାବାସର ଅଧିକାରୀମାନେ ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏବଂ ସୀମା ଏଜେନ୍ସିର ଅଧିକାରୀମାନଙ୍କୁ ଭେଟିଥିଲେ। ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ନିଷ୍ଠୁର ଏବଂ ଚାଇନା ନାଗରିକଙ୍କ ଆଇନଗତ ଅଧିକାର ଏବଂ ସ୍ବାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି।

Share