ଆରବ ସାଗରରେ ଚାଇନା-ରୁଷିଆ-ଇରାନର ମିଳିତ ସମରାଭ୍ୟାସ…

ମସ୍କୋ/ବେଜିଂ,୧୬।୩ : ଆରବ ସାଗରରେ ଚାଇନା ଏବଂ ଇରାନ ସହିତ ରୁଷିଆ ନୌସେନା ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ଏନେଇ ରୁଷିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରୁଷିଆ ଏଭଳି କରି ଚାଇନୀ ଏବଂ ଇରାନ ସହ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ‘ସାମୁଦ୍ରିକ ସୁରକ୍ଷା ବେଲ୍ଟ ୨୦୨୩’ ନାମକ ତ୍ରିପାକ୍ଷିକ ଅଭ୍ୟାସ ଇରାନର ଚାବାହର ବନ୍ଦର ପରିସରରେ ଆରମ୍ଭ ହୋଇଛି। ମନ୍ତ୍ରଣାଳୟ କହିଛି ଯେ ଫ୍ରିଗେଟ ଆଡମିରାଲ ଗୋର୍ଶକୋଭ ରୁଷିଆର ପ୍ରତିନିଧିତ୍ୱ କରିବେ।

ନୌସେନା ସମରାଭ୍ୟସ ସମୟରେ ଜାହାଜଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ି ଆର୍ଟିଲିରି ଗୁଳି ଚଳାଇବେ ବୋଲି ବିବୃତ୍ତିରେ କୁହାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବର୍ଷ ପୂର୍ବେ ୟୁକ୍ରେନକୁ ସୈନ୍ୟ ପଠାଇବା ପରେ ଚାଇନ ଏବଂ ଇରାନ ସହିତ ରାଜନୈତିକ, ଅର୍ଥନୈତିକ ଏବଂ ସାମରିକ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି।

Share