୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ

ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ ସମେତ ୧୪ଟି ଦେଶର ବାୟୁସେନା ଅଂଶଗ୍ରହଣ କରିଛନ୍ତ। ଏହି ସମରାଭ୍ୟାସ ମାଧ୍ୟମରେ ପିଏଏଫ ଶକ୍ତି ପ୍ରଦର୍ଶନ କରିବା ସହ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଜେରବାଇଜାନ, ବହରେନ, ଚାଇନା, ଇଜିପ୍ଟ, ଜର୍ମାନୀ, ହଙ୍ଗେରୀ, ଇଣ୍ଡୋନେସିଆ, ଇରାନ, ଇଟାଲୀ, କୁଏତ, ମୋରୋକୋ, ଓମାନ, ପାକିସ୍ଥାନ, କତାର, ସାଉଦି ଆରବ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଉଜବେକିସ୍ତାନ ମିଳିତଭାବରେ ଏହି ସମରାଭ୍ୟାସ କରୁଛନ୍ତି।

ପାକିସ୍ତାନୀ ସାମ ଟିଭି ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବାୟୁସେନାର ସମରାଭ୍ୟାସ ସର୍ବବୃହତ ସମରାଭ୍ୟାସ ମଧ୍ୟରୁ ଅନ୍ୟତମ। ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବା ସହିତ ଏହାର ବାୟୁସେନା କ୍ଷମତାକୁ ବଢାଇବା ପାଇଁ ପିଏଏଫ ଏପରି ନିଷ୍ପତ୍ତି ନେଇଛି।

Share