Categories: ଜାତୀୟ

ବିଷ ଓଗାଳିଲା ଚାଇନା

ନୂଆଦିଲ୍ଲୀ,୧୧ ।୧୦: ପୂର୍ବ ଲଦ୍ଦାଖ ସୀମା ଏଲ୍‌ଏସିରେ ଲାଗିରହିଥିବା ବିବାଦକୁ ନେଇ ରବିବାର ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଥିଲା ୧୩ତମ ବୈଠକ, ଯାହା ୮ ଘଣ୍ଟା ଧରି ଚାଲିଥିଲା । ବୈଠକର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଚାଇନା କିନ୍ତୁ ବିଷ ଓଗାଳିଛି । ବୈଠକ ପରେ ପରେ ଚାଇନା କହିଛି ଭାରତ ଅନୁଚିତ ଦାବି ଉପସ୍ଥାପନ କରୁଛି । ଯାହା ଫଳରେ ଅସୁବିଧା ଉପୁଜୁଛି । ଏହି ବୈଠକ ସନ୍ଧ୍ୟା ୭ଟାରେ ଶେଷ ହୋଇଛି । ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଟୁଇଟ୍ କରି କହିଛି, ରବିବାର ଭାରତ-ଚାଇନା ମଧ୍ୟରେ ଆୟୋଜିତ ହୋଇଥିବା ୧୩ତମ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଅନୁଚିତ ଓ ଅବାସ୍ତବିକ ଦାବି କରିଛି । ଯାହା ଫଳରେ ବୈଠକରେ ସମସ୍ୟା ସୃଷ୍ଟି ହୋଇଛି । ଚାଇନାକୁ ଭରସା ଅଛି ଯେ ଭାରତ ଭୁଲ ଆକଳନ କରିବ ନାହିଁ । ସୀମାର କଠିନ ପରିସ୍ଥିକୁ ସମ୍ଭାଳିବ, ପ୍ରାରମ୍ଭିକ ସ୍ତରର କଥାକୁ ପାଳନ କରିବ, ଦୁଇ ଦେଶ ଓ ଦୁଇ ସେନା ବିଶ୍ୱାସର ସହ କାମ କରିବେ ।

Share