ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର

ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ ଦଲାଇ ଲାମା ତେନଜିନ ଗ୍ୟାତ୍ସୋର ପରବର୍ତ୍ତି ଉତ୍ତରାଧିକାରୀ ଚୟନ କରିବାର ଏକ ମାତ୍ର ଅଧିକାର ରହିଛି । ଏକ ଥିଙ୍କ ଟେକ ପଲିସି ରିସର୍ଚ୍ଚ ଗ୍ରୁପର ସୂଚନା ଅନୁଯାୟୀ, ଚାଇନା କମ୍ୟୁନିଷ୍ଟ ପାର୍ଟି ସରକାର ପରବର୍ତ୍ତି ଦଲାଇ ଲାମା ଚୟନ କରିବା ଅଧିକାର ଉପରେ କରିଥିବା ଦାବିକୁ ନେଇ ଅଡି ବସିଛି । ତେବେ ଚାଇନାର ଏହି ଦାବି ୟୁଏସ-ତିବ୍ୱତ ନୀତିର ବିପରିତ । ଯେଉଁଥିରେ କୁହାଯାଇଛି କି ଦଲାଇ ଲାମାଙ୍କ ଚୟନ କରିବା ତିବ୍ୱତୀୟଙ୍କ ହାତରେ ।
ସୂଚନାଯୋଗ୍ୟ, ତେନଜିନ ଗ୍ୟାତ୍ସୋ ହେଉଛନ୍ତି ବର୍ତ୍ତମାନ ତିବ୍ୱତର ଦଲାଇ ଲାମା । ତାଙ୍କୁ ଉତ୍ତରାଧିକାରୀ ଭାବେ ଯେତେବେଳେ ଚୟନ କରାଯାଇଥିଲା ସେତେବେଳେ ସେ ମାତ୍ର ୨ ବର୍ଷର ହୋଇଥିଲେ । ପିଲାବେଳୁ ହିଁ ତାଙ୍କର ସାମ୍ନା ଚାଇନା ଶକ୍ତି ସହ ହୋଇଥିଲା । ଯେଉଁମାନେ ନା କେବଳ ତିବ୍ୱତର ଅଧିକାର କରି ଦେଇଥିଲେ, ବରଂ ସେ ଅନ୍ୟ ତିବ୍ୱତୀୟଙ୍କୁ ଭାରତରେ ନିର୍ବାସନ ପାଇଁ ବାଧ୍ୟ କରିଥିଲେ । ଏହି ନିର୍ବାସନ ପରେ ବି ସବୁବେଳେ ଦଲାଇ ଲାମା ଚାଇନାର ଟାର୍ଗେଟରେ ରହିଥିଲେ । ଚାଇନା ଏମାନଙ୍କୁ ଭିକ୍ଷୁଖ ବୋଲି କହୁଥିଲା, କେବଳ ସେତିକି ନୁହେଁ ଚାଇା ଏମାନଙ୍କ ସମର୍ଥକଙ୍କୁ ‘ଦଲାଇ ଗ୍ରୁପ’ କହିଦେବା ସହ ଆତଙ୍କବାଦୀ ବି କହିଥିଲା ।

Share