ତୋପ-ଡ୍ରୋନ୍‌ର ଭିଡ଼ିଓ ପ୍ରସ୍ତୁତ କରି ଡରାଉଛି ଚାଇନା…

ବେଜିଂ, ୨୧।୪ : ଚାଇନା ଏବେ ଅର୍ନ୍ତଜାତୀୟସ୍ତରରେ ଅନ୍ୟ ଦେଶଙ୍କ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଇ ଡରାଇବାର ପ୍ରୟାସ କରୁଛି। ଏହା ଅନ୍ତର୍ଗତ ଭାଇନା ତୋପ ଏବଂ ଡ୍ରୋନ୍‌ର ଭିଡ଼ିଓ ପ୍ରସ୍ତୁତ କରି ଏହା ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ଜାରି ରଖିଛି।

ଏହାର ପିସିଏଲ୍‌ ୧୮୧ ହୋଓ୍ବିଜର ଏବଂ ବ୍ଲୋଫିସ ଏ-୩ ର ଏକ ଭିଡିଓ ରିଲିଜ କରି ଶକ୍ତି ପ୍ରଦର୍ଶନ କରିଛି। ପ୍ରଥମ ଭିଡିଓରେ, ଚାଇନାର ସୈନିକମାନେ ପିସିଏଲ୍‌-୧୮୧ ହୋଓ୍ବିଜର୍‌ ଚଳାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓରେ ଦେଖାଯାଇଥିବା ସମସ୍ତ ଶଟଗୁଡିକ ଏକ ଫିଲ୍ମ ଦୃଶ୍ୟଠାରୁ କମ ନୁହେଁ। ଭାରତ ସୀମାରେ ଚାଇନେ ଏହି ସ୍ବୟଂ ଚାଳିତ ପିସିଏଲ୍‌-୧୮୧ ହୋଓ୍ବିଜରକୁ ନିୟୋଜିତ କରିସାରିଛି।

ଅନ୍ୟ ଏକ ଭିଡିଓରେ, ଚାଇନାର ଜଣେ ସାମରିକ ଟେକ୍ନିସିଆନ ଏକାଧିକ ବ୍ଲୋଫିସ ଏ-୩ ଡ୍ରୋନ ଉଡାଉଥିବା ଦେଖାଯାଉଛି। ଏଥିରେ ଡ୍ରୋନ ସ୍ବାର୍ମର ଟେକ୍ନୋଲୋଜି ମଧ୍ୟ ପ୍ରଦର୍ଶିତ ହୋଇଛି। ଡ୍ରୋନ ଦ୍ୱାରା ସାମଗ୍ରୀ ବିତରଣ କରିବା ସହିତ ଆକାଶରୁ ବୋମା ପକାଇବା କୌଶଳ ଭିଡ଼ିଓରେ ଦର୍ଶାଯାଇଛି। ପିସିଏଲ୍‌-୧୮୧ ହୋଓ୍ବିଜର୍‌ର ଲକ୍ଷ୍ୟଭେଦ କ୍ଷମତା ୫୩ କିଲୋମିଟର ବୋଲି କୁହାଯାଉଛି।

ଏହା ୧୫୫ ମିଲିମିଟର ନାଟୋ ଗୋଳା ବାରୁଦ ଏବଂ ସ୍ବଦେଶୀ ଗୋଳା ଚଳାଇବାରେ ସକ୍ଷମ। ଏହାକୁ ପରିଚାଳନା କରିବା ପାଇଁ ସମୁଦାୟ ପାଞ୍ଚଜଣ କ୍ରୁ ସଦସ୍ୟ ଆବଶ୍ୟକ। ଏହାକୁ ୧୨ ଚକିଆ ଶାନକ୍ସି ଟ୍ରକର ଚେସିସିରେ ସଂଯୋଗ କରାଯାଇଛି। ଏହି ଟ୍ରକର କ୍ୟାବିନକୁ ବୁଲେଟପ୍ରୁଫ କରାଯାଇଛି। କ୍ୟାବିନରେ ଥିବା ୱିଣ୍ଡୋ ଏବଂ ୱିଣ୍ଡୋଶିଲ୍ଡ ବୁଲେଟ ପ୍ରୁଫ। ୬୦ ରାଉଣ୍ଡ ଗୋଳା ବାରୁଦ ଚଳାଇବା ପାଇଁ ଏହି ଟ୍ରକରେ ଚାରୋଟି ବାକ୍ସ ରହିଛି।

Share