ପ୍ରଥମେ ଚାଇନାରେ କେମିତି ବ୍ୟାପିଥିଲା କରୋନା, ଡବ୍ଲୁଏଚ୍‌ଓ ଯାଞ୍ଚ୍‌ ପୂର୍ବରୁ ହେଲା ଖୁଲାସା

ବେଜିଂ,୫।୭: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ୨୧୩ଟି ଏବେ କାୟା ବିସ୍ତାର କରିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ୭ ବର୍ଷ ପୂର୍ବେ ଚାଇନାରେ ଏକ ଭାଇରସ ଚିହ୍ନଟ ହୋଇଥିଲା ଯାହା ବର୍ତ୍ତମାନ କରୋନା ଜୀବାଣୁ ଭଳି ଥିଲା। thetimes.co.uk ରିପୋର୍ଟ ଅନୁଯାୟୀ ୨୦୧୩ରେ ମିଳିଥିବା ଏହି ଜୀବାଣୁର ସୂଚନା ଚାଇନା ଲୁଚାଇ ରଖିଥିଲା।
ଏହି ରିପୋର୍ଟ ଅନୁଯାୟୀ, ୨୦୧୩ରେ ଚାଇନାରେ କରୋନା ଭାଇରସ ସହିତ ଜଡିତ ଏକ ଭାଇରସ ଷ୍ଟ୍ରେନ ରହିଥିଲା। ଚାଇନା ଏହି ଭାଇରସ ଷ୍ଟ୍ରେନକୁ ଉହାନର ଏକ ବିବାଦୀୟ ଲ୍ୟାବରେ ବର୍ଷ ବର୍ଷ ଧରି ଲୁଚାଇ ରଖିଥିଲା। ୭ ବର୍ଷ ପୂର୍ବେ ମିଳିଥିବା ଜୀବାଣୁ କରୋନା ବୋଲି କୁହାଯାଉଛି। ୨୦୧୨ରେ ଚାଇନାର ଏକ ଖଣିରେ କାର୍ଯ୍ୟ କରୁଥିବା ୬ ଜଣ ବ୍ୟକ୍ତିଙ୍କୁ ଜ୍ୱର, କଫ ଏବଂ ନିମୋନିଆରେ ପୀଡିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିଲା। ରିପୋର୍ଟ ଅନୁଯାୟୀ, ଅସୁସ୍ଥ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଶରୀରରେ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଥିଲା। ଯାଞ୍ଚ୍‌ ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହାକୁ ଲୁଚାଇ ରଖିଥିଲା ଚାଇନା। କିଛି ଦିନ ପୂର୍ବରୁ ବିଶ୍ୱ ସ୍‌ତ୍ାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ଯାଇ ଘୋଷଣା କରୋନାର ଉତ୍ପତ୍ତି ବିଷୟରେ ଯାଞ୍ଚ୍‌ କରିବେ। ଏହା ପୂର୍ବରୁ ଏହି ରିପୋର୍ଟ ସହାୟକ ହେବ ବୋଲି କୁହାଯାଉଛି।

Share