ଚର୍ମ ରଙ୍ଗକୁ ଚିହ୍ନଟ କରିବା ପାଇଁ କ୍ୟାମେରା ପ୍ରସ୍ତୁତ କରୁଛି ଚାଇନା

ବେଜିଂ,୧୨।୮: ଚାଇନା ନିଜ ଦେଶର ନାଗରିକଙ୍କ ଉପରେ ନଜର ରଖିବା ପାଇଁ ଆପଣାଇଛି ନୂଆ ରାସ୍ତା। ନିଜ ଦେଶର ନାଗରିକଙ୍କ ଗତିବିଧିକୁ ନଜର ରଖିବା ପ୍ରସ୍ତୁତ କରିଛି ନୂଆ ଟେକ୍ନୋଲଜିର ସିସିଟିଭି କ୍ୟାମେରା। ଏହାକୁ ଖୁଲାସା କରିଛ ଆମେରିକାର ଆଇପିଭିଏମ (ଇଣ୍ଟରନେଟ ପ୍ରୋଟୋକଲ ଭିଡିଓ ମାର୍କେଟ)।

ଆଇପିଭିଏମର ରିପୋର୍ଟ ଅନୁଯାୟୀ, ଚାଇନାର ସିସିଟିଭି ଉପକରଣ ନିର୍ମାତା ଦହୁଆ ୟୁରୋପରେ ‘ଚର୍ମ ରଙ୍ଗ ଆନାଲିଟିକ୍ସ’ ଫିଚରର କ୍ୟାମେରା ବିକ୍ରି କରୁଛି। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କ୍ୟାମେରା ସ୍ବୟଂଚାଳିତ ଭାବରେ ସାମ୍ନାଦେଇ ଯାଉଥିବା ବ୍ୟକ୍ତିଙ୍କ ଚର୍ମ ରଙ୍ଗ ର୍ନିଣ୍ଣୟ କରିବାକୁ ପ୍ରଥମେ ଚେଷ୍ଟା କରିବ। ପରେ ଫୁଟେଜ ଆକାରରେ ଏହାକୁ କ୍ୟାପଚର କରିବ।

ଏହି କମ୍ପାନୀ ତିନୋଟି ୟୁରୋପୀୟ ଦେଶକୁ ଏହି ଫିଚରର କ୍ୟାମେରା ବିକ୍ରି କରୁଛି। ସେଗୁଡିକ ହେଲା ଜର୍ମାନୀ, ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡ।

Share