ପାକିସ୍ତାନକୁ ୫୦ ଡ୍ରୋନ୍‌ ବିକିଲା ଚାଇନା

ନୂଆଦିଲ୍ଲୀ, ୨୭ା୧୨: ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଚାଇନା ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆଗେଇଛି। ଏକ ପ୍ରତିରକ୍ଷା ଚୁକ୍ତି ଅନୁସାରେ ଚାଇନା ୫୦ ଡ୍ରୋନ ପାକିସ୍ତାନକୁ ବିକ୍ରି କରିଛି। ଚଳିତ ମାସରେ ଚାଇନା ୫୦ ୱିଙ୍ଗ ଲୋଙ୍ଗ-୨ ସଶସ୍ତ୍ର ଡ୍ରୋନ ଯୋଗାଇବା ପାଇଁ ଘୋଷଣା କରିଥିଲା। ପାକିସ୍ତାନ ଏହି ଅତ୍ୟାଧୁନିକ ଡ୍ରୋନ ଦ୍ୱାରା ଆକ୍ରମଣ କଲେ ଭାରତ ଜବାବ ଦେବାରେ ସକ୍ଷମ ହୋଇପାରିବନି ବୋଲି ଚାଇନାର ସରକାରୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଲିବ୍ୟା, ସିରିଆ ଏବଂ ଆଜରବୈଜାନରେ ଡ୍ରୋନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟ ବାୟୁସେନାର ଜଣେ ପୂର୍ବତନ ମୁଖ୍ୟ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌, ଲଦାଖରେ ଥିବା ଲାଇନ୍‌ ଅଫ୍‌ ଆକ୍ଟୁଆଲ୍‌ କଣ୍ଟ୍ରୋଲ୍‌ରେ ରାଡାର ଦ୍ୱାରା ତୀକ୍ଷ୍ମ ନଜର ରଖାଯାଇଥାଏ। କୌଣସି ଡ୍ରୋନ ସୀମା ଅତିକ୍ରମ କଲେ ଏହାକୁ ଖସାଇବାରେ ଭାରତ ବେଶ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି।

Share