ଆମେରିକା-ତାଇଓ୍ବାନ ସାମରିକ ଚୁକ୍ତିରେ ଚାଇନା ଖପ୍ପା, ତାଇଓ୍ବାନ ଦ୍ୱୀପରେ କଲା ଶକ୍ତି ପ୍ରଦର୍ଶନ

ବେଜିଂ,୨୬।୮: ନିକଟରେ ୫୦୦ ମିଲିୟନ ଆମେରିକୀୟ ଡଲାର ଚୁକ୍ତିରେ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା। ଏହି ଚୁକ୍ତିରେ ତାଇଓ୍ବାନକୁ ଟାର୍ଗେଟ କରିଛି ଡ୍ରାଗନ। ଚୁକ୍ତିର କିଛି ଦିନ ପରେ ଚାଇନା ୧୨ଟି ବିମାନ ଓ ଜାହାଜକୁ ତାଇଓ୍ବାନ ଦ୍ୱୀପ ଆଡକୁ ପଠାଇଛି। ଏନେଇ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ୨୪ଟି ପିପୁଲ୍ସ ଲିବରେସନ ଆର୍ମି ବିମାନ ଏବଂ ନଅଟି ନୌସେନା ଜାହାଜ ଶୁକ୍ରବାର ଦ୍ୱୀପଆଡକୁ ଆସୁଥିବାର ଦେଖାଯାଇଥିଲା। ସେଥିମଧ୍ୟରୁ ୨୦ଟି ବିମାନ ତାଇୱାନ ଷ୍ଟ୍ରାଇଟର ସେଣ୍ଟର୍‌ ଲାଇନ ଅତିକ୍ରମ କରିସାରିଛି। ତେବେ ଏହାର ପ୍ରତିରୋଧ କରିବା ପାଇଁ ତାଇୱାନ ଏହାର ନୌସେନା ଓ ବାୟୁସେନାଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି।

Share