ମହାକାଶ ଷ୍ଟେଶନକୁ ଶେଷ ସ୍ପେସ୍‌ ମଡ୍ୟୁଲ ପଠାଇଲା ଚାଇନା, ସମ୍ପୂର୍ଣ୍ଣ ହେଲେ ଯିବେ ୩ ମହାକାଶଚାରୀ…

ବେଜିଂ,୧।୧୧ : ଚାଇନା ସୋମବାର ଏହାର ସ୍ପେସ ଷ୍ଟେଶନର ଶେଷ ଲ୍ୟାବ ମଡ୍ୟୁଲ ମେଙ୍ଗଶାନ ଲଞ୍ଚ କରିଛି। ଚାଇନାର ସ୍ପେସ ଲାବୋରେଟୋରୀ ଲଙ୍ଗ ମାର୍ଚ୍ଚ -୫ ବିଏ -୪ ରକେଟ ମାଧ୍ୟମରେ ଦକ୍ଷିଣ ଦ୍ୱୀପ ପ୍ରଦେଶ ହେନାନ ଉପକୂଳ ଲଞ୍ଚିଂ ଷ୍ଟେଶନରୁ ସୋମବାର ଉତ୍‌କ୍ଷେପଣ କରାଯାଇଛି। ତିୟାଗୋଙ୍ଗ ମହାକାଶ ଷ୍ଟେଶନରେ ଏହା ସଂଯୋଗ ହେବା ମାତ୍ରେ ଷ୍ଟେଶନ ସମ୍ପୂର୍ଣ୍ଣ ଭାେବେ ପ୍ରସ୍ତୁତ ହୋଇଯିବ।

ଚାଇନାର ସ୍ପେସ ଷ୍ଟେଶନକୁ କାର୍ଯ୍ୟକ୍ଷମ କରିବା ପାଇଁ ବର୍ତ୍ତମାନ ଆଉ ଦୁଇଟି ମିଶନ ପଠାଯିବ। ନଭେମ୍ବରରେ ସ୍ବୟଂଚାଳିତ କାର୍ଗୋ ଜାହାଜ ପଠାଯିବ। ଷ୍ଟେଶନରେ ଅଧିକ ସମୟ ରହିବା ପାଇଁ ଡିସେମ୍ବରରେ ଶେନଝୋଓ-୧୫ କୁ ତିନି ଜଣ ମହାକାଶଚାରୀଙ୍କ ସହିତ ପଠାଯିବ। ଚାଇନା ଏରୋସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେଶନ ଅନୁଯାୟୀ ଚଳିତ ବର୍ଷ ସ୍ପେସ ଷ୍ଟେଶନ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଚାଇନା ନିଜର ସ୍ପେସ ଷ୍ଟେଶନ ରହିଥିବା ପୃଥିବୀର ଏକମାତ୍ର ଦେଶର ମାନ୍ୟତା ଲାଭ କରିବ।

Share