Categories: ଜାତୀୟ

ଚାଇନାର ନୂଆ ଚାଲ: ଡୋକଲାମ ନିକଟରେ ଗଢିଲାଣି ଗାଁ!

ନୂଆଦିଲ୍ଲୀ,୨୦ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଚାଇନା ସିକ୍କିମ ନିକଟରେ ଏକ ଗାଁ ଗଢିଥିବା ଜଣାପଡିଛି । ଏହା ପଡୋଶୀ ଦେଶ ଭୁଟାନର ଦୁଇ କିଲୋମିଟର ଭିତରକୁ ହୋଇଥିବା ବେଳେ ଡୋକଲାମକୁ ଲାଗି ରହିଛି ବୋଲି କୁହାଯାଉଛି । ଯେଉଁଠାରେ ୨୦୧୭ରେ ଭାରତ-ଚାଇନା ସାମ୍ନା ସାମ୍ନି ହେବା ସହ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଚାଇନାର ଜଣେ ଖବରଦାତା ଟୁଇଟ୍ ମାଧ୍ୟମରେ ନିଜ ଦେଶର ବିକାଶ କଥା କହିବା ବେଳେ ଏହା ସାମ୍ନାକୁ ଆସିଛି । ତେବେ ଉତ୍ତେଜନା ପରିସ୍ଥିତିକୁ ଦେଖି ଖବରଦାତା ଜଣକ ତାଙ୍କ ଟୁଇଟ୍‌କୁ ଡିଲିଟ୍ କରି ଦେଇଥିବା କୁହାଯାଉଛି । ହେଲେ ଏହାକୁ ନେଇ ଭୁଟାନ ରାଷ୍ଟ୍ରଦୂତ ଭାରତକୁ କହିଛନ୍ତି ଭୁଟାନ ସୀମାରେ ଚାଇନା କୌଣସି ଗାଁ ଗଢିନାହିଁ । ଅନ୍ୟପଟେ ଚାଇନାର ସିଜିଟିଏନ୍ ନ୍ୟୁଜର ଜଣେ ସିନିୟର ପ୍ରଡ୍ୟୁସର ଶେନ ସିବେଇ ଗୁରୁବାର ଏକ ଗାଁର ଫଟୋ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ଏହା ଡୋକଲାମ ଅଞ୍ଚଳ ଓ ଏହି ଗାଁର ନାଁ ପାଂଗଡା । ଗଣମାଧ୍ୟମର ଖବରା ଅନୁଯାୟୀ, ଏହି ଗାଁ ଡୋକଲାମଠାରୁ ପାଖାପାଖି ୯ କିଲୋମିଟର ଦୂର ଯେଉଁଠାରେ ୨୦୧୭ରେ ଭାରତ-ଚାଇନା ସେନା ମୁହାଁମୁହିଁ ହୋଇଥିଲେ ।

Share