ପାରାଦୀପରେ ଚାଇନା ଜାହାଜ, କାରଣ…

ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ଏହି ଚାଇନା ଜାହାଜ ବକେୟା ନ ଦେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍‌ଜଜ୍‌। ଜର୍ଜିଆରୁ ଆମୋନିଅମ ନାଇଟ୍ରେଟ ନେଇ ପାରାଦୀପ ଆସିଥିଲା ଏହି ଜାହାଜ।

Share