ସାର୍ବଭୌମତ୍ୱର ସମ୍ମାନ କରୁ ଚାଇନା : କମଲା ହାରିସଙ୍କ ପରାମର୍ଶ…

ଓ୍ବାଶିଂଟନ,୨୩।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ବିବାଦୀୟ ଦକ୍ଷିଣ ଚାଇନା ସାଗର ନିକଟରେ ଥିବା ପଶ୍ଚିମ ଫିଲିପାଇନ୍ସ ଦ୍ୱୀପପୁଞ୍ଜ ପ୍ୟୁର୍ଟୋ ପ୍ରିନ୍ସେସା ପରିଦର୍ଶନ କରିଛନ୍ତି। ଆଞ୍ଚଳିକ ଅଖଣ୍ଡତା ଏବଂ ନାଭିଗେଶନ ସ୍ବାଧୀନତା ପାଇଁ ସେ ଏକତ୍ର ଠିଆ ହେବାକୁ ଆହ୍‌ାନ ଦେଇଛନ୍ତି। ଯାହାକୁ ଚାଇନା କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରୁଛି। ବିବାଦୀୟ ସାମୁଦ୍ରିକ କ୍ଷେତ୍ରର ଦାୟିତ୍ୱହୀନ ଆଚରଣ ବିରୋଧରେ ୱାଶିଂଟନ ଅନ୍ତର୍ଜାତୀୟ ସ୍ତରରେ ଅଭିଯାନ ଜାରି ରଖିବ ବୋଲି ହାରିସ କହିଛନ୍ତି।

କମଲା ହାରିସ ତାଙ୍କ ଭାଷଣରେ ଚାଇନାର ନାମ ନ ନେଇ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବାକୁ ସ୍ପଷ୍ଟ ଭାବରେ ଗୁରୁତ୍ୱାରୋପ କରିଛନ୍ତି। କାରଣ ଚାଇନା ଏହି ସାମୁଦ୍ରିକ ଅଞ୍ଚଳକୁ ଏହାର ନିଜ ଅଞ୍ଚଳ ଭାବରେ ବିବେଚନା କରେ ଏବଂ ଏଠାରେ ସାମରିକ ଜାହାଜ ବେସ୍‌ ସ୍ଥାପନ କରୁଛି। ଦକ୍ଷିଣ ଚାଇନା ସାଗରରେ ଭୟଭୀତ କରାଇବା, ଧମକ ଦେବା ଏବଂ ବାଧ୍ୟବାଧକତା ଦୃଷ୍ଟିରୁ ଆମେରିକାର ଚୁକ୍ତି ସହଯୋଗୀ ଫିଲିପାଇନ୍ସକୁ ତାଙ୍କ ଦେଶର ସମ୍ପୂର୍ଣ୍ଣ ସମର୍ଥନ ରହିଥିବା ଜଣାଇଛନ୍ତି।

ଫିଲିପାଇନ୍ସ, ଭିଏତନାମ, ମାଲେସିଆ, ତାଇୱାନ ଏବଂ ବ୍ରୁନେଇ ସହିତ ଏହି ଅଞ୍ଚଳର କେତେକ ବିବାଦୀୟ ଦ୍ୱୀପପୁଞ୍ଜକୁ ନେଇ ଚାଇନାର ବିବାଦ ରହିଛି।

Share