ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ଚାଇନା

ବେଜିଂ,୧୭ା୫: ଚାଇନାର ଏକ ମାଛଧରା ବୋଟ୍‌ ଭାରତ ମହାସାଗରରେ ବୁଡ଼ିଯାଇଛି। ସେଥିରେ ଥିବା ୩୯ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଚାଇନା କ୍ରିଉ ମେମ୍ବର, ୧୭ ଇଣ୍ଡୋନେସିଆ ନାଗରିକ ଓ ୫ ଜଣ ଫିଲିପାଇନ୍ସର ଥିଲେ। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ବୁଧବାର ଚାଇନା ବିଭିନ୍ନ ଦେଶକୁ ସହାୟତା ମାଗିଛି। ଏପରିକି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଭୋରରେ ଘଟିଥିବା ବୋଟ୍‌ ଦୁର୍ଘଟଣାର ନିଖୋଜ ବ୍ୟକ୍ତିମାନଙ୍କ ପତ୍ତା ମିଳିନାହିଁ। ସମୁଦ୍ରରେ ତଲାସି ଅଭିଯାନ ଜାରି ରହିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଳଦ୍ୱୀପ, ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଅନ୍ୟ ଦେଶଗୁଡ଼ିକୁ ତଲାସି ଓ ଉଦ୍ଧାର ଅଭିଯାନରେ ସହଯୋଗରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।

Share