Categories: ଜାତୀୟ

ଚାଇନାର ଗୁପ୍ତଚରୀ ମାମଲା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଥିଲା କଡ଼ା ନଜର

ନୂଆଦିଲ୍ଲୀ, ୨୧।୧୦: ଚାଇନାର ଗୁପ୍ତଚରୀ ମାମଲାର ଖିଅ ଧିରେ ଧିରେ ଖୋଲିବା ଆରମ୍ଭ କରିଛି। ଚାଇନା ଗୁପ୍ତଚର କ୍ୱିଙ୍ଗ ଶିଙ୍କୁ ପଚରା ଉଚରା ସମୟରେ ଜଣାପଡ଼ିଛି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଉପରେ କଡ଼ା ନଜର ରଖାଯାଇଥିଲା। ଏହା ସହିତ ଦଲାଇ ଲାମା ଏବଂ ଭାରତରେ ସ୍ଥାପିତ ହୋଇଥିବା ସୁରକ୍ଷା ଉପକରଣଗୁଡ଼ିକ ଉପରେ ମଧ୍ୟ ଲଗାତାର ଗୁପ୍ତତଥ୍ୟ ସଂଗ୍ରହ କରାଯାଉଥିଲା। ଗୁପ୍ତଚରୀ ନେଟ୍‌ଓ୍ବାର୍କରେ ଚାଇନା ମହାବୋଧି ମନ୍ଦିରର ଜଣେ ମୁଖ୍ୟ ବୌଦ୍ଧ ଭିକ୍ଷୁ ଏବଂ କୋଲକାତାର ଜଣେ ପ୍ରଭାବଶାଳୀ ମହିଳା ସାମିଲ ରହିଥିବା ଜଣାପଡ଼ିଛି। ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କେତେବେଳେ କ’ଣ କରାଯାଉଛି ତାହାର ଟିକିନିଖି ଖବର ଯୋଗାଡ଼ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସେହିପରି ଦଲାଇ ଲାମାଙ୍କ ପ୍ରତିଟି କାର୍ଯ୍ୟ ଏବଂ ସେ ସାକ୍ଷାତ୍‌ କରୁଥିବା ଲୋକଙ୍କ ବିଷୟରେ ଗୁପ୍ତ ତଥ୍ୟ ସଂଗ୍ରହ କରାଯାଉଥିବା ପଚରା ଉଚରା ସମୟରେ କ୍ୱିଙ୍ଗ ଶି କହିଛନ୍ତି।

Share