Posted inଜାତୀୟ

ମାଳଦ୍ୱୀପ ଅଭିମୁଖେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୨୪।୧: ‘ଗବେଷଣା’ ଜାହାଜର ବାହାନା କରୁଥିବା ଚାଇନାର ଗୁପ୍ତଚର ଜାହାଜ ମାଳଦ୍ୱୀପ ଅଭିମୁଖେ ଯାଉଥିବାରୁ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଳଦ୍ୱୀପର ୩ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ତିକ୍ତତା ତୀବ୍ର ହୋଇଛି। ଚାଇନା ସମର୍ଥକ ମାଳଦ୍ୱୀପ ରାଷ୍ଟ୍ରପତି ମେହମ୍ମଦ ମୋଇଜୁ କିଛିଦିନ ପୂର୍ବରୁ ବେଜିଂ ଗସ୍ତରେ ଯାଇ ଦୁଇଦେଶ ମଧ୍ୟରେ ସମ୍ପର୍କ ବଢ଼ାଇବା ସହ ଏକାଧିକ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଚାଇନା ଜାହାଜ ଇତିମଧ୍ୟରେ ଜାଭା ଓ ସୁମାତ୍ରା ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀ ଅତିକ୍ରମ କରି ଇଣ୍ଡୋନେସିଆ ଉପକୂଳ ଦେଇ ଆଗକୁ ଯାଉଥିବା ମେରାଇନ୍‌ ଟ୍ରାକର ଆପ୍‌ରୁ ଜଣାପଡ଼ିଛି। ଏହା ଫେବୃୟାରୀ ୮ରେ ମାଳଦ୍ୱୀପରେ ପହଞ୍ଚତ୍ବ। ପ୍ରମୁଖ ଜିଓସ୍ପାଟିଆଲ ବିଶେଷଜ୍ଞ ଡାମିଏନ୍‌ ସାଇମନଙ୍କ ଅନୁଯାୟୀ ଉକ୍ତ ଜାହାଜ ୨୦୧୯ ଓ ୨୦୨୦ରେ ଉକ୍ତ ସମୁଦ୍ରରେ ସର୍ଭେ କରିଥିଲା। ତେବେ ବଙ୍ଗୋପସାଗର ଏବଂ ଆରବ ସାଗରରେ ଉକ୍ତ ଜାହାଜର ଉପସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ଭାରତ ବିରୋଧୀ ପ୍ରଚାର କରି ମୋଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। କ୍ଷମତାକୁ ଆସିିବାଠାରୁ ସେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଆସୁଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ ଆଲୋଚନା କରି ଫେରିବା ପରେ ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସୈନ୍ୟ ପ୍ରତ୍ୟାହାର କରିନେବାକୁ ସେ ନୂଆଦିଲ୍ଲୀକୁ କହିଥିଲେ। ଏବେ ମାଳଦ୍ୱୀପରେ ପାଖାପାଖି ୧୦୦ ଭାରତୀୟ ଯବାନ ଏବଂ ସାମରିକ ସରଞ୍ଜାମ ରହିଛି। ଚାଇନା କହିବା ଅନୁଯାୟୀ ୪,୩୦୦ ଟନ୍‌ ବିଶିଷ୍ଟ ଜିଆଙ୍ଗ ୟାଙ୍ଗ ହୋଙ୍ଗ-୦୩ ଜାହାଜ ଭାରତ ମହାସାଗର ଭୂଗର୍ଭ ଶଯ୍ୟାର ମ୍ୟାପିଂ ଏବଂ ଗବେଷଣାରେ ନିୟୋଜିତ ରହିଛି। ଭୂଗର୍ଭ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କମାଇବାରେ ଏହି ଗବେଷଣା ସହାୟକ ହେବ ବୋଲି ବେଜିଂ କହିଛି। ଅନ୍ୟପକ୍ଷରେ ଭବିଷ୍ୟତରେ ଉକ୍ତ ଅଞ୍ଚଳ ଦେଇ ଚାଇନା ବୁଡ଼ାଜାହାଜ ଚଳପ୍ରଚଳ ଓ ସମୁଦ୍ର ଗର୍ଭରେ ଡ୍ରୋନ୍‌ ଚଳାଚଳ ପାଇଁ ସମୁଦ୍ର ଶଯ୍ୟାର ମ୍ୟାପିଂ କରୁଥିବା ଜଣାପଡ଼ିଛି। ଆଫ୍ରିକାର ଜିବୌଟିରେ ଚାଇନାର ନୌସେନା ଘାଟି କାର୍ଯ୍ୟକ୍ଷମ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ିଥିଲା। ଶ୍ରୀଲଙ୍କାର ହାମ୍ବାଣ୍ଟୋଟା ମଧ୍ୟ ଚାଇନା କମ୍ପାନୀ ଅଧୀନରେ ରହିଛି, ଯାହା ଏହାର ଯୁଦ୍ଧଜାହାଜଗୁଡ଼ିକ ସହାୟତା ଯୋଗାଇପାରିବ। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ ହୋଇଥିବାବେଳେ ଏବେ ବେଜିଂ ମାଳଦ୍ୱୀପ ଉପରେ ଆଖି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ...

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri