ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଥିବା ପଲିସି ରିସର୍ଚ୍ଚ ଗ୍ରୁପ୍‌ର ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ୟୁରୋପୀୟ ଦେଶ ଏବଂ ଆମେରିକାର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରି କରି ଏହାର ନକଲ ବ୍ୟବସ୍ଥା ପ୍ରସ୍ତୁତ କରୁଛି। ଚାଇନା ରୁଷିଆର ପ୍ରତିରକ୍ଷା ଜ୍ଞାନକୌଶଳର ଚୋରି ଅତି ଗୁପ୍ତଭାବେ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଚାଇନା ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଭାବେ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରିବାର ଯୋଜନା କରୁଛି। ଋଣ ପୈଠ କରିବାକୁ ସକ୍ଷମ ନ ଥିବା ଦେଶରେ ଚାଇନା ନିବେଶ କରି ନିଜର ବେସ୍‌ ସେସବୁ ଦେଶରେ ନିର୍ମାଣ କରୁଛି। ସେହିପରି ପ୍ରତିରକ୍ଷା ଜ୍ଞାନକୌଶଳ ଚୋରି ପାଇଁ ଚାଇନା ସାଇବର କ୍ଷମତାର ଅପବ୍ୟବହାର କରୁଛି। ରିପୋର୍ଟ ପେଣ୍ଟାଗନ ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଚାଇନା ଆମେରିକାର ସୈନ୍ୟ କ୍ଷମତା ସମ୍ପର୍କିତ ଗୁପ୍ତ ତଥ୍ୟ ଚୋରି କରିଥିବା ପେଣ୍ଟାଗନ କହିଥିଲା। ଏନେଇ ଚାଇନା ଡାଇନାମିକ ଆକ୍ସେସ୍‌ ରାଣ୍ଡମ ମେମୋରୀ,ସବ ମେରାଇନ୍‌ ଏବଂ ଆଭିଏଶନ ଟେକ୍ନୋଲୋଜି ଜ୍ଞାନକୌଶଳର ଉପଯୋଗ କରୁଛି। ଏଥି ପାଇଁ ଚାଇନା ବିଭିନ୍ନ ଦେଶରେ ନାଗରିକଙ୍କୁ ନିଯୁକ୍ତ କରିଛି।

Share