ବେଜିଂ,୨୫ା୧୨: ଗତ କିଛି ଦିନ ମଧ୍ୟରେ ଚାଇନାରେ ପାଖାପାଖି ୨୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଏକ ସରକାରୀ ଦସ୍ତାବିଜ୍ ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଇଥିଲା। ଏହାକୁ ନେଇ ନ୍ୟାଶନାଲ ହେଲ୍ଥ କମିଶନ(ଏନ୍ଏଚ୍ସି) ରବିବାର ଦୈନିକ ସଂକ୍ରମଣ ସଂଖ୍ୟା ପ୍ରକାଶ ବନ୍ଦ କରିଦେଇଛି। ହେଲେ ନୀତି ବଦଳାଇବା କାରଣ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ଚାଇନାରେ କଠୋର ଟେଷ୍ଟିଂ ନିୟମ ହଟିବା ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସାରା ଦେଶର ସଂକ୍ରମଣ ସଂଖ୍ୟା ଚିହ୍ନଟ କରିବା ସମ୍ଭବ ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।