Categories: ବାଣିଜ୍ୟ

ମାନ୍ଦାବସ୍ଥାରୁ ବଞ୍ଚିଗଲା ଚାଇନା; ଦ୍ୱିତୀୟ ତ୍ରୈମାସ ଜିଡିପି ୩.୨%

ନୂଆଦିଲ୍ଲୀ,୧୬।୭: ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ସମୟ ଅବଧିରେ ଚାଇନାର ଜିଡିପି ଅଭିବୃଦ୍ଧି ୩.୨% ରହିଛି। ଚାଇନାର ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ଯୋଗୁ ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟ ଅବଧିରେ ଚାଇନାର ଜିଡିପି ୬.୮% ହ୍ରାସ ଘଟିଥିଲା। ଏଭଳି ଭାବେ ମାନ୍ଦାବସ୍ଥାରେ ଫସିବାଠାରୁ ବର୍ତ୍ତିଯାଇଛି। କୌଣସି ଅର୍ଥ ବ୍ୟବସ୍ଥାରେ ଜିଡିପି ଲଗାତର ଭାବେ ଦୁଇ ତ୍ର୍ରୈମାସ ଲାଗି ହ୍ରାସ ଘଟିଲେ ମାନ୍ଦାବସ୍ଥା ସ୍ଥିତି ଉପନୀତ ହୋଇଥିବା ବିଚାର କରାଯାଏ। ୨୦୧୯ରେ ଚାଇନାର ବିକାଶ ହାର ୬.୧% ରହିଥିଲା। ଏହା ୨୯ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର। ପ୍ରଥମ ତ୍ରୈମାସରେ ଏହି ଦେଶ ୧୯୭୬ ପରେ ସବୁଠାରୁ ବଡ଼ ଜିଡିପି ହ୍ରାସ ସାମ୍ନା କରିଥିଲା। ତୃତୀୟ ତ୍ରୈମାସରେ ଆର୍ଥତ୍କ ପ୍ରଦର୍ଶନ ହାର ଉନ୍ନତ ହେବା ନେଇ ରିପୋର୍ଟରେ ଆଶା ପ୍ରକଟ କରାଯାଇଛି।

Share