ନେପାଳ ସହିତ ରାସଓ୍ବା-କେରୁଙ୍ଗା ସୀମା ଦେଇ ବାଣିଜ୍ୟ ବନ୍ଦ କଲା ଚାଇନା…

ବେଜିଂ/କାଠମାଣ୍ଡୁ,୨୨।୧ : ଚାଇନା ନେପାଳ ସହିତ ରାସୁଓ୍ବା-କେରୁଙ୍ଗ ସୀମା ଦେଇ ବାଣିଜ୍ୟ ବନ୍ଦ କରିଦେଇଛି। ପୁଷ୍ପା କମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ତିନି ବର୍ଷ ପରେ ଗତ ଡିସେମ୍ବର ୨୯ରେ ଏହା ଖୋଲା ଯାଇଥିଲା। ବର୍ତ୍ତମାନ ନୂତନ ବର୍ଷ ପାଳନ କରାଯାଉଥିବା ଦର୍ଶାଇ ଚାଇନା ଫେବୃଆରୀ ୩ ପର୍ଯ୍ୟନ୍ତ ସୀମା ଉପରେ ପ୍ରତିବନ୍ଧକ ଲଗାଇଛି।

ନେପାଳ ଏବଂ ଚାଇନା ମଧ୍ୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ମାର୍ଗ। କରୋନା ପ୍ରତିବନ୍ଧକ ଯୋଗୁଁ ଚାଇନା ଏହା ପୂର୍ବରୁ ବନ୍ଦ କରିଦେଇଥିଲା। ରାସୁଓ୍ବା କଷ୍ଟମ୍ସ କାର୍ଯ୍ୟାଳୟର ମୁଖ୍ୟ ନାରାୟଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ଏକ ମାସ ମଧ୍ୟରେ ନେପାଳରୁ ଚାଇନାକୁ ୬ କୋଟି ଟଙ୍କା ମୂଲ୍ୟର ୩୯ ଟି କଣ୍ଟେନର ପଠାଯାଇଛି। ପ୍ରତିଦିନ ୧୪ ଟି କଣ୍ଟେନର ଚାଇନାରୁ ନେପାଳକୁ ଆସୁଛି।

ନେପାଳ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ରେଡିମେଡ ପୋଷାକ, ଜୋତା, ସେଓ, ମୋଟର ବ୍ୟାଟେରୀ ଏବଂ ବ୍ୟବହାର ପାଇଁ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ କରେ। ଯେତେବେଳେ କି, ବାଉଁଶ, ଗହମ, ବନସ୍ପତି ଘିଅ, ନୁଡୁଲ୍ସ, ପାସ୍ତା, ବିସ୍କୁଟ, ଜୁସ, ଜାମ, ଚାଉଳ, କାର୍ପେଟ, ଚିନି, ନେପାଳୀ ହଗ ପ୍ଲମ କ୍ୟାଣ୍ଡି, ଚକୋଲେଟ, ଚୁଇଗମ ଭଳି ସାମଗ୍ରୀ ରପ୍ତାନି କରେ। ବର୍ତ୍ତମାନ ବାଣିଜ୍ୟ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି।

Share