ତାଇୱାନ ଅଞ୍ଚଳକୁ ଚାଇନା ପୁଣି ପଠାଇଲା ୨୧ ଯୁଦ୍ଧ ବିମାନ, ୫ ନୌସେନା ଜାହାଜ

ତାଇପେ,୨୧ ।୮: ଥମୁନି ଚାଇନା-ତାଇୱାନ ବିବାଦ । ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନସି ପେଲୋସି ଓ ସିନେଟର ଏଡ ମାର୍କେଙ୍କ ନେତୃତ୍ୱରେ ଆମେରିକା ସାଂସଦଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଚିନ୍ତାରେ ପଡିଯାଇଛି । ଚାଇନା ଶୁକ୍ରବାର ୬ ନୌସେନା ଜାହଜ ଓ ୫୧ ଯୁଦ୍ଧ ବିମାନ ତାଇୱାନ ସୀମାକୁ ପଠାଇଥିବା ବେଳ ପୁଣିଥରେ ଶନିବାର ୨୧ ଯୁଦ୍ଧ ବିମାନ ଓ ୫ ନୌସେନା ଜାହାଜ ପଠାଇଛି ।
ତାଇୱାନକୁ ଚାରିପଟୁ ଘେରିବାକୁ ପ୍ରୟାସ ଜାରି ରଖିଥିବା ଚାଇନା ସେନାଙ୍କୁ ନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂଆ ଅନୁପ୍ରବେଶକୁ ଟ୍ରାକ୍ କରିଛି । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସାରା ଦେଶରେ ଚାଇନା ସେନାର ୧୭ ବିମାନ ଓ ୫ ଜାହାଜକୁ ଟ୍ରାକ୍ କରାଯାଇଛି । ଏଥିରେ ୮ଟି ଏମିତି ଜେଟ ରହିଛି ଯାହା ତାଇୱାନ ଷ୍ଟ୍ରେଟର ଉତ୍ତର ମଧ୍ୟ ରେଖାକୁ ପାର କରିଛି ।

Share