ଭାରତକୁ ପୁଣି ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ୍‌,୩୧।୩: ଭାରତ ସୀମାରେ ଚାଇନା ଉତ୍ତେଜନାମୂଳକ ପଦକ୍ଷେପ ନେଇଛି ବୋଲି ଶୁକ୍ରବାର ଆମେରିକା କହିଛି। ଭବିଷ୍ୟତରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆମେରିକା ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିଛି। ହ୍ବାଇଟ ହାଉସରେ ଡେପୁଟି ଆସିଷ୍ଟାଣ୍ଟ କର୍ଟ କ୍ୟାମ୍ପବେଲ କହିଛନ୍ତି ଯେ ବିଶ୍ୱ ସ୍ତରରେ ଏକ ମହାନ ରାଷ୍ଟ୍ର ଭାବରେ ଭାରତ ଯେଉଁ ଭୂମିକା ଗ୍ରହଣ କରୁଛି ତାହା ଆମକୁ ବୁଝିବା ଆବଶ୍ୟକ। ଆମେ ଭାରତକୁ ଉତ୍ସାହିତ ଏବଂ ସମର୍ଥନ କରିବାକୁ ଚାହୁଁଛୁ। ବିଶ୍ୱବ୍ୟାପୀ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ସହ ଆମେରିକାର ସମ୍ପର୍କ ସବୁଠାରୁ ଶକ୍ତିଶାଳୀ। ଭାରତ-ଚାଇନା ସୀମାରେ ଅନୁପ୍ରବେଶ ଏବଂ ସଂଘର୍ଷ ଘଟିଛି। ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଚାଇନା ମଧ୍ୟରେ ସୀମା ଶତ୍ରୁତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଭାରତ ସୀମାରେ ଚାଇନାର ଆକ୍ରୋଶକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ଆମେ ଭାରତକୁ ସହାୟତା ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share