ପଡ଼ୋଶୀ ଦେଶଙ୍କୁ ଡରାଉଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୨୬।୧୦: ବିସ୍ତାରବାଦୀ ନୀତି ଆପଣେଇ ଚାଇନା ପଡ଼ୋଶୀ ଦେଶଙ୍କୁ ଡରାଇବା ସହିତ ଧମକ ଦେଉଛି। ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆର୍ଥିକ ସ୍ବାର୍ଥ ପ୍ରଭାବିତ ହେବାରେ ଲାଗିଛି।

ଦକ୍ଷିଣ ଏସିଆରେ ଚାଇନା ଏଭଳି ଅନୈତିକ କାର୍ଯ୍ୟ ଜାରି ରଖିଥିବା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବେ ସୂଚନା ଦେଇଛନ୍ତି।

ଚାଇନାର ଏଭଳି କାର୍ଯ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସତର୍କ ଘଣ୍ଟି ଜାରି କରିଥିବା ସେ କହିଛନ୍ତି। ତେବେ ଏହି କ୍ଷେତ୍ରର ସୁରକ୍ଷା ଉପରେ ସୃଷ୍ଟି ହୋଇଥିବା ପ୍ରଶ୍ନର ମୁକାବିଲା ଲାଗି ଆମେରିକା ସବୁବେଳେ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ଆମେରିକା ପାଖରେ ପ୍ରର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିଥିବା କାର୍ବେ କହିଛନ୍ତି।

ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ପ୍ରତି ଆମେରିକା ତୀକ୍ଷ୍‌ଣ ନଜର ରଖିଛି। ଦୁଇଦେଶ ମଧ୍ୟରେ ଉତ୍ତଜନାକୁ ଅଧିକ ଗୁରୁତର ହେବାକୁ ଆମେରିକା ଦେବ ନାହିଁ। ଏଲ୍‌ଏସି ସ୍ଥିତି ସମ୍ପର୍କରେ ଆମେରିକା ଲଗାତାର ଭାରତୀୟ ଅଧିକାରୀଙ୍କ ସମ୍ପର୍କରେ ରହିଥିବା ସେ କହିଛନ୍ତି।

Share