ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚାଇନା…

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ ଥିବାରୁ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏନେଇ ଚେତବାନୀ ଦିଆଯାଇଛି। ତାଇଓ୍ବାନ ଏବଂ ଆମେରିକା ମିଳିତ ଭାବେ ଷଡ଼ଯନ୍ତ୍ର କରୁଥିବା ଚାଇନା ପକ୍ଷରୁ ଅଭିଯୋଗ ହୋଇଛି।

ଆମେରିକା ସହିତ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଗ୍ଲୋବାଲ ଟାଇମ୍ସ୍‌ କହିଛି। ଏହା ସହିତ ଏହି ଖବର କାଗଜ ତାଇଓ୍ବାନକୁ ଚେତାବନୀ ଦେଇ କହିଛି ଯେ, ନିଆଁରେ ଖେଳିବା ଭଲ ନୁହେଁ। ଏଭଳି ଭୁଲ୍‌ ଦ୍ୱାରା ତାଇଓ୍ବାନକୁ କ୍ଷତି ସହିବାକୁ ପଡ଼ିବ। ଅପରପକ୍ଷରେ ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ଓ୍ବେନ କହିଛନ୍ତି ଯେ, ଯଦି ତାଙ୍କ ଦେଶ ଚାଇନା ହାତକୁ ଯାଏ ତେବେ ଏହାର ବିନାଶକାରୀ ପରିଣାମ ଅନ୍ତର୍ଜାତୀୟସ୍ତରରେ ନିଶ୍ଚିତ ଅନୁଭୁତ ହେବ।

 

Share