Categories: ଜାତୀୟ

ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍‌ର ଧମକ

ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ପ୍ରକାଶ ପାଇଛି। ଅଟଳ ଟନେଲ ଯୋଗୁ ଭାରତୀୟ ସେନାଙ୍କୁ କୌଣସି ସହାୟତା ମିଳିପାରିବ ନାହିଁ। ଯୁଦ୍ଧ ସ୍ଥିତି ଉପୁଜିଲେ ଚାଇନା ପ୍ରଥମେ ଏହି ଟନେଲକୁ ହିଁ ନଷ୍ଟ କରିଦେବ। ଏଥିପାଇଁ ଭାରତ ସଞ୍ଜମତା ଆଚରଣ ପ୍ରଦର୍ଶନ କରିବା ଆବଶ୍ୟକ। ଚାଇନା ସହିତ ଲଢ଼େଇ ହେଲେ ସେନାଙ୍କ କ୍ଷମତା ବଢ଼ାଇବା ଲାଗି ଭାରତ ପାଖରେ କୌଣସି ରାସ୍ତା ରହିବ ନାହିଁ ବୋଲି ଏହି ଖବର କାଗଜ ଧମକ ଦେଇଛି। ଏବେ ଗ୍ଲୋବାଲ ଟାଇମ୍ସ୍‌ର ଏଭଳି ଧମକ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share