୧୩,୦୦୦ ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଚାଇନା…

ଲକ୍ଷ୍ନୌ, ୩୧।୧ : ଚାଇନା ମହାକାଶକୁ ୧୩,୦୦୦ ଉପଗ୍ରହ ପ୍ରେରଣ ପାଇଁ ଯୋଜନା କରିଛି। ଏଭଳି କରି ଚାଇନା ନିଜର ମହାକାଶ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି। ଚାଇନା ଏଭଳି ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି, ଯାହା ମାଧ୍ୟମରେ ଗୁପ୍ତଚରୀ କାର୍ଯ୍ୟ କରାଯିବା ସହିତ ଭାରତ ସମେତ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ଏକ ମେଗା-ନକ୍ଷତ୍ର ମିଶନ ମାଧ୍ୟମରେ ଚାଇନା ମହାକାଶରେ ପୃଥିବୀର ନିମ୍ନ କକ୍ଷପଥରେ ଘୁରିବୁଲି ସୂଚନା ସଂଗ୍ରହ ପାଇଁ ଏସବୁ ଉପଗ୍ରହକୁ ଉତ୍‌କ୍ଷେପଣ କରିବ। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଯେଉଁ କମ୍ପାନୀକୁ ଚାଇନା ଏହି ଦାୟିତ୍ୱ ଦେଇଛି ତାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ମହାକାଶ ମିଶନ ସହିତ ଚାଇନା ପୃଥିବୀର ନିମ୍ନ କକ୍ଷପଥରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଏହି ’ମେଗା-ନକ୍ଷତ୍ର’ ହେଉଛି ହଜାର ହଜାର ଉପଗ୍ରହର ଏକ ନେଟୱାର୍କ। ଏହା ଚାଇନାର ୫-ଜି ଇଣ୍ଟରନେଟ ସେବାର ଏକ ଅଂଶବିଶେଷ।

୨୦୨୦ରେ ଚାଇନା ଇଣ୍ଟରନେଟ ଉପଗ୍ରହର ଏକ ଜାତୀୟ ନେଟୱାର୍କ ପାଇଁ ସ୍ପେକ୍ଟ୍ରମ ଆବେଦନ କରିଥିଲା। ଏହାକୁ ଜିଡବ୍ଲ୍ୟୁ ଭାବେ ନାମିତ କରାଯାଇଥିଲା। ଏଥିରେ ସମୁଦାୟ ୧୨,୯୯୨ ଉପଗ୍ରହ ଥିଲା। ଉପଗ୍ରହ ଗୁଡ଼ିକ ୩୧୦ ମାଇଲରୁ ୭୧୧ ମାଇଲ ପର୍ଯ୍ୟନ୍ତ ପରିକ୍ରମା କରିବାକୁ ସକ୍ଷମ। ଏହା ୨୦୨୬ ପର୍ଯ୍ୟନ୍ତ ଚାଲୁଥିବା ପଞ୍ଚବାର୍ଷିକ ଯୋଜନାର ଏକ ଅଂଶ ଭାବେ ଯୋଗାଯୋଗ, ପୃଥିବୀ ପର୍ଯ୍ୟବେକ୍ଷଣ ଏବଂ ନାଭିଗେସନ ଉପଗ୍ରହର ଏକ ସମନ୍ବିତ ନେଟୱାର୍କ ପାଇଁ ଆହ୍ବାନ କରାଯାଇଥିଲା।

ବର୍ତ୍ତମାନ ଏହି ପ୍ରକଳ୍ପରେ ଗ୍ରାଉଣ୍ଡ ବେସ ଷ୍ଟେସନ ବିକାଶ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଏକ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଇଛି। ଏହି ପ୍ରକଳ୍ପ ସହିତ ଜଡିତ ସଂସ୍ଥାଗୁଡ଼ିକ ଚୋଙ୍ଗକିଙ୍ଗ ସହରରେ ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି ।

ଚାଇନାର ଯୋଜନା ଅନୁଯାୟୀ, ୧୨,୯୯୨ ଉପଗ୍ରହ ମେଗାକୋନଷ୍ଟେଲେସନ ନିମ୍ନ ପୃଥିବୀ କକ୍ଷପଥରେ ଘୁରିବୁଲିବ। ସେଗୁଡ଼ିକ ପୃଥିବୀ ପୃଷ୍ଠରୁ ୪୮୯.୮୯ କିଲୋମିଟରରୁ ୧୧୪୪.୨୪ କିଲୋମିଟର ମଧ୍ୟରେ ରହିବ। ବାସ୍ତବରେ, ଏକ ’ମେଗାକୋନଷ୍ଟେଲେସନ’ ହେଉଛି ହଜାର ହଜାର ଉପଗ୍ରହର ଏକ ନେଟୱାର୍କ ଯାହା ଇଣ୍ଟରନେଟ ସେବା ଯୋଗାଇବା ପାଇଁ ପୃଥିବୀର ଦୈର୍ଘ୍ୟ ଏବଂ ପ୍ରସ୍ଥ କ୍ଷେତ୍ରରେ ସକ୍ଷମ ହେବ। ପ୍ରାୟ ୨,୦୦୦ ଉପଗ୍ରହ ସହିତ ସ୍ପେସ ଏକ୍ସ ଷ୍ଟାରଲିଙ୍କକୁ ମଧ୍ୟ ବିକଶିତ କରାଯାଇଛି।

Share