ସମ୍ପୂର୍ଣ୍ଣ ଲକ୍‌ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର କିମ୍ବା ରବିବାର ପ୍ରଥମ ଥର ପାଇଁ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି।

ରାଷ୍ଟ୍ରପତି ଜିନପିଙ୍ଗ ଏହି ବୈଠକ ପରେ ଚାଇନାରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବେଜିଂରେ ସଂକ୍ରମଣ ହାର ୫୦ ରୁ ୭୦ ପ୍ରତିଶତ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସାଂଘାଇରେ ଆସନ୍ତା ସପ୍ତାହ ସୁଦ୍ଧା ୨୫ ନିୟୁତ ଲୋକ କରୋନା ପଜିଟିଭ ହେବେ ବୋଲି ଆଶଙ୍କା କରାଯାଉଛି।
ସୁରକ୍ଷା ଦୃଷ୍ଟିରୁ ପୁଣି ସରକାର କଡ଼ା କଟକଣା ଜାରି କରିପାରନ୍ତି ବୋଲି କୁହାଯାଉଛି।

Share