ଚାଇନା-ଆମେରିକା ଫୋନ ବାର୍ତ୍ତାଳାପ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା…

ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ ପାଇଁ ପେଣ୍ଟାଗନର ବରିଷ୍ଠ ଅଧିକାରୀ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସହ କଥା ହୋଇଥିଲେ।

ପେଣ୍ଟାଗନ ମୁଖପାତ୍ର କହିଛନ୍ତି ସହକାରୀ ସଚିବ ରାଟନର୍‌ ଏବଂ ନିର୍ଦ୍ଦେଶକ ୟାଙ୍ଗ ୟୁଏସ-ପିଆରସି ପ୍ରତିରକ୍ଷା ସମ୍ପର୍କ ତଥା ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଇଣ୍ଡୋ-ପାସିଫିକ ସୁରକ୍ଷା ବ୍ୟାପାରର ସହକାରୀ ପ୍ରତିରକ୍ଷା ସଚିବ ଏଲି ରାଟନର୍‌ ଏବଂ ପିପୁଲ୍ସ ରିପବ୍ଲିକ ଅଫ ଚାଇନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉତ୍ତର ଆମେରିକା ଏବଂ ମହାସାଗରୀୟ ବ୍ୟାପାର ମହାନିର୍ଦ୍ଦେଶକ ୟାଙ୍ଗ ଟାଓଙ୍କ ସହ ଆଲୋଚନା ହୋଇଥିଲା।

ମୁଖପାତ୍ର କହିଛନ୍ତି ଆମେରିକା ଏବଂ ପିଆରସି ମଧ୍ୟରେ ସାମରିକ-ରୁ-ସାମରିକ ଯୋଗାଯୋଗର ଖୋଲା ରେଖା ବଜାୟ ରଖିବା ପାଇଁ ସହକାରୀ ସଚିବ ମଧ୍ୟ ବିଭାଗର ନିରନ୍ତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share