ସି ଜିନପିଙ୍ଗଙ୍କୁ ଭେଟିଲେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ, ଉଭୟ ଦେଶର ସମ୍ପର୍କରେ ସୁଧାର ପାଇଁ ହେଲା ଚର୍ଚ୍ଚା

ବେଜିଂ,୧୯।୬: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଳିଙ୍କେନ ଏବେ ଚାଇନା ଗସ୍ତରେ ଅଛନ୍ତି। ଆମେରିକା ଓ ଚାଇନାର ସମ୍ପର୍କ ଓ ଏହା ମଧ୍ୟରେ ସୁଧାରକୁ ନେଇ ବ୍ଳିଙ୍କେନଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚାଇନା ଗସ୍ତରେ ଆସିଥିବା ବ୍ଲିଙ୍କେନ ହେଉଛନ୍ତି ପ୍ରଥମ ଉଚ୍ଚ ସ୍ତରୀୟ ଅଧିକାରୀ। ଗତ ୫ବର୍ଷରେ ସେ ବେଜିଂ ଗସ୍ତରେ ଆସିଥିବା ଆମେରିକାର ପ୍ରଥମ ବୈଦେଶିକ ମନ୍ତ୍ରୀ।

ଗତ ବର୍ଷ ବାଲିରେ ଏକ ସଭାରେ ବାଇଡେନ ଏବଂ ଚାଇନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୀଘ୍ର ବ୍ଲିଙ୍କେନଙ୍କ ଯାତ୍ରା ଉପରେ ସହମତି ବ୍ୟକ୍ତ କରିଥିଲେ। ଫେବୟାରୀରେ ଏହା ହେବାର ଥିଲା କିନ୍ତୁ ଆମେରିକାର ଆକାଶରେ ଚାଇନାର ଗୁପ୍ତଚର ବେଲୁନ ସାମ୍ନାକୁ ଆସିବା ପରେ ଏହି ଯାତ୍ରା ବିଳମ୍ବ ହୋଇଥିଲା।

Share