ଜଳବାୟୁକୁ ନେଇ ଚାଇନା-ଆମେରିକା ଟୁଇଟର କଳି

ବେଜିଂ, ୧୮।୮:ଜଳବାୟୁ ନୀତିକୁ ନେଇ ଶକ୍ତିଶାଳୀ ଆମେରିକା ଓ ଚାଇନା ଟୁଇଟରରେ କଳି ଆରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଥିବା ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ଉଭୟ ଦେଶ ଦାୟୀ। ତେବେ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜଳବାୟୁ ନୀତି ଉପରେଏକ ଐତିହାସିକ ନିଷ୍ପତ୍ତି ନେଇଥିବା ଚାଇନା କହିଛି।

ବିଲ୍‌ ଗୃହୀତ ହେବା ପରେ ଆମେରିକା ରାଷ୍ଟ୍ରଦୂତ ଉକ୍ତ ପଲିସିକୁ ଚାଇନା ଅନୁକରଣ କରିବା ଆବଶ୍ୟକ ବୋଲି ଟୁଇଟ୍‌ କରିଥିଲେ। ତେବେ ଏହି ଟୁଇଟର ଜବାବରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କହିଥିଲେ, ଶୁଣି ଖୁସି ଲାଗିଲା। କିନ୍ତୁ ଏହି ପଲିସି ଦ୍ୱାରା ଆମେରିକା କ’ଣ ଜଳବାୟୁ ପରିବର୍ତ୍ତନ ସଙ୍କଟରୁ ଉଦ୍ଧାର କରିପାରିବ?

Share