ଚାଇନା-ଆମେରିକା ଯୁଦ୍ଧ ପୃଥିବୀ ପାଇଁ ହେବ ବିନାଶକାରୀ…

ବେଜିଂ,୫।୬ : ପୃଥିବୀର ଦୁଇଟି ଶକ୍ତିଶାଳୀ ସୈନ୍ୟବାହିନୀ ଥିବା ଆମେରିକା ଏବଂ ଚାଇନା ମଧ୍ୟରେ ିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ଯେତେବେଳେ ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ତାଙ୍କ ଚାଇନେ ପ୍ରତିପକ୍ଷଙ୍କୁ ଏକ ବୈଠକ ପାଇଁ ଆମନ୍ତ୍ରଣ କରିଥିଲେ ସେତେବେଳେ ଚାଇନା ଆମେରିକା ସହ ଆଲୋଚନା କରିବାକୁ ମନା କରି ଦେଇଥିଲା। ଚାଇନା ପ୍ରତିରକ୍ଷା ସଚିବ ଲି ଶାଙ୍ଗଫୁ ଆମେରିକାର ପ୍ରତିରକ୍ଷା ସଚିବଙ୍କୁ ଭେଟିବାକୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ଶାଙ୍ଗଫୁ ଆମେରିକା-ଚାଇନା ବିବାଦକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଚାଇନା ପ୍ରତିରକ୍ଷା ସଚିବ ଲି ଶାଙ୍ଗଫୁ ଚେତାବନୀ ଦେଇଛନ୍ତି ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ପୃଥିବୀ ପାଇଁ ଅତ୍ୟନ୍ତ ବିନାଶକାରୀ ପ୍ରମାଣିତ ହେବ। ଶାଙ୍ଗଫୁ କହିଛନ୍ତି ସେଥିପାଇଁ ଆମେ ଆମେରିକା ସହ ମୁହାଁମୁହିଁ ନହୋଇ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛୁ। ଏସିଆର ସର୍ବୋଚ୍ଚ ସୁରକ୍ଷା ସମ୍ମିଳନୀ ’ସାଙ୍ଗ୍ରି ଲା’ ସଂଳାପରେ ଶାଙ୍ଗଫୁ କହିଛନ୍ତି ଚାଇନା ଏବଂ ଆମେରିକା ଏକାଠି ବିକାଶ କରିପାରିବେ। ତାଙ୍କ ବିବୃତ୍ତି ସୂଚାଇ ଦେଇଛି ଚାଇନା ଆମେରିକାକୁ ବିଶ୍ୱର ଏକମାତ୍ର ସୁପର ପାୱାର ଭାବରେ ଗ୍ରହଣ କରିବାକୁ ମନା କରିଦେଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ନିଜକୁ ଏହି ରୂପରେ ଦେଖୁ ଆସୁଛି।

Share